ରାୟଗଡା,୨୦ ।୬(Eabindra patkhandal)- ରାୟଗଡା ଜିଲ୍ଲାରେ ପୁଣି ଥରେ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାୟଗଡା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖୟା ୧୭ରେ ପହଂଚିଛି । ସେଥିମଧ୍ୟରୁ ୭ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଣପୁର ସବ-ଡିଭିଜନର ବୋଲି ଜଣାପଡିଛି । ଏ ନେଇ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗୋଟିଏ ପରିବାରର ବାପା,ମା ଏବଂ ଜଣେ ୪ ବର୍ଷର ଶିଶୁ କନ୍ୟା ଥିବା ବେଳେ ବେଳେ ଅନ୍ୟ ୨ ଜଣ ମହିଳା ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ଜେ.କେ.ପୁର ସ୍ଥିତ କୋଭିଡ କେୟାର ସେଂଟରରେ ଭର୍ତି କରାଯାଇଛି ।
ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୪ ଜଣ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ବେଳେ ଜଣେ ଘରୋଇ ସଙ୍ଗରୋଧରେ ରହୁଥିଲେ । ଗୋଟିଏ ପରିବାରର ୩ ଜଣ ସଦସ୍ୟ ତାମିଲନାଡୁରୁ ଫେରି ଗୁଣପୁର ବ୍ଲକ ସିରିଝୋଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବିଜୟପୁର ଗ୍ରାମରେ ରହୁଥିଲେ । ଗୁଣପୁର ପୌରାଚଂଳରେ ଜଣେ ୧୭ ବର୍ଷ ବୟସ୍କା ଯୁବତୀ ତାମିଲନାଡୁରୁ ଫେରି ଘରୋଇ ସଙ୍ଗରୋଧରେ ରହୁଥିଲେ । ସେହିପରି ରାମନାଗୁଡାର ବ୍ଲକର ଜଣେ ମହିଳା କର୍ଣ୍ଣାଟକରୁ ଫେରି ଗୁଣପୁର ସ୍ଥିତ ଓଏଭି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ରହୁଥିଲେ
। ୫ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହେବାପରେ ପ୍ରଶାସନ ତରଫରୁ ବିଜୟପୁର ଗ୍ରାମ, ଗୁଣପୁର ପୌରାଚଂଳର ୧୭ନଂ ଓାର୍ଡ ଏବଂ ଓଏଭି କୋଭିଡ ସେଂଟରକୁ ୭ ଦିନ ଯାଏଁ ନିଷିଧାଚଂଳ ଘୋଷଣା କରାଯାଇଛି । ଗୁଣପୁର ଉର-ଜିଲ୍ଲାପାଳ ଡଃ. ସିଦେ୍ଧଶ୍ୱର ବଳିରାମ ବନ୍ଦରଙ୍କୁ ଏହାର ନିରୀକ୍ଷଣ ଦାୟିତ୍ୱ ଦିଆଯାଇଛି । ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୨୫୭୦ ଜଣଙ୍କ ସ୍ୱାବ ନମୂନା ପଠାଯାଇଥିବା ବେଳେ ୨୫୫୩ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୧୭ ଜଣଙ୍କ ରିପୋର୍ଟ ପଜେଟିଭ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ଏଥି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ମାନଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।