Odisha news

କରୋନାର ନୂଆ ଲକ୍ଷଣ : ଗନ୍ଧ କିମ୍ବା ସ୍ୱାଦ ବାରି ପାରୁନାହାନ୍ତି, ତାହେଲେ ତାହା କରୋନାର ଲକ୍ଷଣ ବୋଲି ଧରାଯିବ।

0

ନୂଆଦିଲ୍ଲୀ: କରୋନାର ନୂଆ ଲକ୍ଷଣ। ଯଦି ହଠାତ ଜଣେ ଗନ୍ଧ କିମ୍ବା ସ୍ୱାଦ ବାରି ପାରୁନାହାନ୍ତି, ତାହେଲେ ତାହା କରୋନାର ଲକ୍ଷଣ ବୋଲି ଧରାଯିବ। କରୋନାର ୮ଟି ଲକ୍ଷଣ ଭିତରୁ ଏହା ବି ଏକ ଲକ୍ଷଣ ଭାବେ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ଡକ୍ୟୁମେଣ୍ଟରେ ସାମିଲ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଏପଟେ ଦେଶରେ ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୧ ହଜାର ୪୫୮ ନୂଆ ଆକ୍ରାନ୍ତ। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୯୯୩କୁ ବୃଦ୍ଧି ପାଇଛି। ସେହିଭଳି ୨୪ ଘଣ୍ଟା ଭିତରେ  ୩୮୬ ମୃତ୍ୟୁ ସହ ଭାରତରେ କରୋନା ମୃତ୍ୟୁ ୮ ହଜାର ୮୮୪ରେ ପହଞ୍ଚିଛି।

ସେପଟେ ଚୀନ୍‌ର ବେଜିଂକୁ କରୋନା ପୁଣି ଲେଉଟିବାରୁ ପ୍ରତିକାର ପଦକ୍ଷେପ ସ୍ୱରୂପ ଜନଗହଳି ମାର୍କେଟକୁ ସଟଡାଉନ କରାଯାଇଛି। ସେପଟେ ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି କରୋନା ଶିକାର ହୋଇଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

Leave A Reply