Odisha news

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଆୟୁଷ୍ମାନ ଫାଉଣ୍ଡେସନ

0

ଖଇରା,୨ ।୬ ଅଗ୍ରଣୀ ସାମାଜିକ ସସ୍ଥା ଆୟୁଷ୍ମାନ ଏବଂ ସୁନ୍ଦର ଓଡିଶାର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ଜିଲା ଖଇରା ବ୍ଲକର କରୋନା ମୁକାବିଲାରେ ନିଜକୁ ସମର୍ପିତ କରିଥିବା ତଥା ଅଦ୍ଭୁତପୂର୍ବ ସାହସିକତା ଦେଖାଇଥିବା ଅଧିକାରୀ ମାନଙ୍କୁ  ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ସଂଗଠନର ସଦସ୍ୟ ମାନେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ,ଖଇରା ଥାନା ଆଇଆଇସି ସୁବ୍ରତ କୁମାର ବେହେରା,ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଭେଟି ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରିବା ସହିତ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରିଥିଲେ ।

ଫାଉଣ୍ଡେସନର ସଦସ୍ୟ ପ୍ରଦୀପ ଦାସ,ଆଲୋକ ପଣ୍ଡା,ଗୀତିରଞ୍ଜନ ବେହେରା,ମୁକ୍ତି ବାରିକ,ଆରାଧନା ଶଂଖୁଆ,ସୋନୁ ଦାସ,ଉତ୍ତମ ଦାସ,ଜ୍ୟୋତିରଞ୍ଜନ ପାଢୀ,ଅକ୍ଷୟ ଜେନା,କମଳାକାନ୍ତ ଦାସ,ହେମନ୍ତ ଦାସ,ଦୀପକ ଦାସ,ସୁବାସ ବାରିକ,ଲକ୍ଷ୍ମୀଧର ବାରକ,ମହେନ୍ଦ୍ର ବେଜ,ସଞ୍ଜୟ ନାୟକ,ଶଶୀକାନ୍ତ ନାୟକ,ତପନ ଦାସ,ଧର୍ମେନ୍ଦ୍ର ନାୟକ,ସରୋଜ ପାତ୍ର,ବିରଞ୍ଚି ନାରାୟଣ ନାୟକ,ଅକ୍ଷୟ ବିଶ୍ୱାଳ ପ୍ରମୁଖ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.