Odisha news

ବିଜେପି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା , ମାକ୍ସ ସାନିଟାଇଜର ବଣ୍ଟନ

0

ଗୋପ  : ମଙ୍ଗଳବାର ଅପରାହ୍ନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ମାକ୍ସ ସାନିଟାଇଜର ବଣ୍ଟନ କରାଯାଇଛି । କରୋନା ମୁକାବିଲାରେ ନିଜର ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ନିକଟରେ ଖବର ପହଞ୍ଚାଉଥିବା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ସମରୂପ ଭାବେ ପୋଲିସ୍ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିôବା ଜଣାପଡ଼ିଛି ।

ଭାରତୀୟ ଜନତା ପାର୍ଟି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଅପରାହ୍ନରେ ଗୋପ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ପହଞ୍ଚô କରୋନା ଯୋଦ୍ଧାମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦେଇଥିବାବେଳେ ସୁରକ୍ଷା ଦୃଷ୍ଟି କୋଣରୁ ସାମ୍ବାଦିକମାନଙ୍କୁ ମାକ୍ସ ସାନିଟାଇଜର ବଣ୍ଟନ କରିଥିଲେ । ଦିନ ରାତି କାର୍ଯ୍ୟ କରି ଜନସାଧାରଣଙ୍କ ନିକଟରେ ଖବର ପହଞ୍ଚାଉଥିବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କରୋନା ମୁକାବିଲାରେ ପ୍ରମୁଖ ଯୋଦ୍ଧା ପାଲଟିଥିବାବେଳେ ଜନସାଧାରଣଙ୍କ ନିକଟରେ ଟିକ୍ନିକ୍ ଖବର ପହଞ୍ଚାଉଛନ୍ତି । ସଂପ୍ରତି ଲକ୍ଡ଼ାଉନ୍ ସମୟରେ ସାମ୍ବାଦିକମାନେ ସେମାନଙ୍କ ପରିବାରକୁ ଛାଡ଼ି ବିଭିନ୍ନ ସ୍ଥାନରେ ପହଞ୍ଚô ଖବର ପରିବେଷଣ କରୁଥିବାବେଳେ ଆମ୍ଭେମାନେ ସହଜରେ ଖବର ପାଇପାରୁଛୁ ।

ଯାହାଦ୍ୱାରା ସଚେତନ ହୋଇପାରୁଛୁ । ସଚେତନତା ଦ୍ୱାରା କରୋନାକୁ ମୁକାବିଲା କରାଯାଇପାରିବ ବୋଲି ଶ୍ରୀମତୀ ପରିଡ଼ା ମତବ୍ୟକ୍ତ କରିଥିବାବେଳେ କରୋନା ଯୋଦ୍ଧା ଚିର ନମସ୍ୟ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ପୂର୍ଣ୍ଣଚନ୍ଦ୍ର ଓଝା, ଦିଲ୍ଲୀପ୍ ପାତ୍ର, ସରପଞ୍ଚ ସୁଶାନ୍ତ ସ୍ୱାଇଁ, ରାଜକିଶୋର ନାୟକ, ସୌଦାମିନୀ ସେନାପତି, ଆଲୋକ ବେହେରା, ତପସ୍ୱିନୀ ବେହେରା, ନରେଶ ପ୍ରଧାନ, ପ୍ରମୋଦ ପାଇକରାୟ, ଦିଲ୍ଲିପ୍ ପ୍ରଧାନ, ରଶ୍ମିତା ସେନାପତି, ବିଜୟ କୁମାର ନାୟକ ପ୍ରମୁଖ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ‘ସମାଜ’ ସମ୍ବାଦଦାତା ତୀର୍ଥବାସୀ ରଥ, ସମ୍ବାଦ ସମ୍ବାଦଦାତା ଅଜୟ କୁମାର ନାୟକ, ପ୍ରମେୟ ସମ୍ବାଦଦାତା ସୁବାଷ ରଞ୍ଜନ ସେନାପତି, ନିତିଦିନ ସମ୍ବାଦାତା ଗୋପାଳକୃଷ୍ଣ ପାଢ଼ୀ, କନକ ନୁ୍ୟଜ୍ ପ୍ରତିନିଧି ସନ୍ତୋଷ ରାୟ, ସାମ୍ବାଦିକ ରଶ୍ମିରଞ୍ଜନ ବେହେରାଙ୍କ ସମେତ ୧୦ରୁ ଉଦ୍ଧ୍ୱର୍ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି ଗୋପ ଥାନାରେ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply