Odisha news

ପୁଣି ଭାରତକୁ ଘାରିଲା କରୋନା ଭୟ : ଦକ୍ଷିଣ ଆଫ୍ରିକା ରୁ ଆସିଥିବା ଦୁଇ ବ୍ୟକ୍ତି କରୋନା ପଜିଟିଭ

0
ନୂଆଦିଲ୍ଲୀ : କୋଭିଡ଼ ୧୯ ର ନୂଆ ଭାରିଏଣ୍ଟ ସାରା ବିଶ୍ବରେ ଭୟ ଦେଖାଉଛି । ନିକଟରେ ଦକ୍ଷିଣ ଆଫ୍ରିକା ରୁ ଆସିଥିବା ୯୪ ଜଣଙ୍କର କୋଭିଡ୍ ଯାଞ୍ଚ୍ କରାଯାଇ ଥିଲା । ଏଥିରୁ ୨ଜଣ କୋଭିଡ୍ ପାଜିଟିଭ ବାହାରିଲେ । କିନ୍ତୁ ଏମାନଙ୍କ ନିକଟରେ କେଉଁ ଭାରିଏଣ୍ଟ ଅଛି ଏହି ବିଷୟରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ଏହା ଜିନୋମ ସିକୁଏଁସ ଜରିଆରେ ଯାଞ୍ଚ କରାଯିବ ।
ଦକ୍ଷିଣ ଆଫ୍ରିକା ରୁ କର୍ଣ୍ଣାଟକ ଆସିଥିବା ସମସ୍ତ ଲୋକ ମାନଙ୍କ ର କରୋନା ଯାଞ୍ଚ ହୋଇଥିଲା । ଯେଉଁ ୨ଜଣଙ୍କର କରୋନା ପଜିଟିଭ ବାହାରିଛି ସେମାନଙ୍କ ସମ୍ପୂଲ୍ ଲ୍ୟାବ କୁ ପଠା ଯାଇଛି । ବର୍ତ୍ତମାନ୍ କରୋନା ର ଏହି ନୂଆ ଭାରିଏଣ୍ଟ ପାଇଁ ବିଶ୍ବରେ ଆତଙ୍କ ଦେଖା ଯାଉଛି ।
କାରଣ ଓମିକ୍ରାନ୍ ହେଉଛି ବର୍ତ୍ତମାନ୍ ର ନୂଆ ଭାରିଏଣ୍ଟ । ଏହି ସଂକ୍ରମଣ କ୍ରନିକାଲ ଡିଜିଜ୍ ପାଇଁ ଅଧିକ ବିପଦ ଜନକ ଅଟେ । କୋଭିଡ୍ ର ନୂଆ ଭାରିଏଣ୍ଟ ଯୋଗୁଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆପତ କାଳୀନ ବୈଠକ ଡାକିଥିଲେ । ନିଷ୍ପତି ନିଆ ଯାଇଥିଲା ଯେ ଅନ୍ତର ରାଷ୍ଟ୍ରୀୟ ବିମାନ ବନ୍ଦରରେ ଟେଷ୍ଟିଂ ବଢାଇ ଦିଆଯାଉ ।
Leave A Reply