Odisha news

କରୋନା ଟିକା କରଣ ରେ ଅବହେଳା, ସିକ୍ୟୁରୀଟି ଗାର୍ଡ ଗାଡ଼ କରୁଛି ଟିକାଦାନ

ନୂଆପଡା-୧୦/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମହାମାରୀ କୋବିଦ କରୋନା ଟିକା କରଣ ରେ ଅବହେଳା ଦେଖାଦେଇଛି। ଟିକା କରଣ କାର୍ଯ୍ୟକ୍ରମ ରେ ବିଭାଗୀୟ ସ୍ୱାସ୍ଥ୍ୟ କର୍ମୀ, ଏଏନମ,ମହିଲ ଓ ପୁରୁଷ ସ୍ୱସ୍ଥ୍ୟ କର୍ମୀ ଟିକା ଦାନ କରିବା ପରିବର୍ତ୍ତେ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଜଣେ ସିକ୍ୟୁରୀଟି ଗାର୍ଡ ଲୋକଙ୍କୁ କରୋନା ଟିକା ପ୍ରଦାନ କରୁଥିବା ଗୁରୁତର ଅଭିଯୋଗ ହୋଇଛି। ପ୍ରାପ୍ତ ଖବର ଅନୁସାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିକ୍ୟୁରୀଟି ଗାର୍ଡ କେଶବ ଦଲପତି ଲୋକଙ୍କୁ ଟିକା କରଣ କରୁଥିବା ଦୃଷ୍ଟିଗୋଚର ହୋଇଛି। କରୋନା ଟିକା ଭଲି ଏକ ଗୁରୁତ୍ବପୂର୍ଣ୍ଣ ଟିକାଦାନ କାର୍ଯ୍ୟ କୁ ବିଭାଗୀୟ ଅଭିଜ୍ଞ ସ୍ୱାସ୍ଥ୍ୟ କର୍ମି ଙ୍କ ଦ୍ବାରା ହେବା ପରିବର୍ତ୍ତେ ଜଣେ ସିକ୍ୟୁରୀଟି ଗାର୍ଡଙ୍କ ଦ୍ଵାରା ଟୀକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗର ବେପରୁଆ ନୀତି କୁ ପଦାରେ ପକାଉଛି। କରୋନା ଟିକା କୁ ବିଭାଗୀୟ ଡାକ୍ତର, ସ୍ୱାସ୍ଥ୍ୟ କର୍ମି, ଦେବା ନିୟମ ରହିଛି। ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନେକ ବିଭାଗୀୟ ଅଧିକାରୀ ଥିବା ସତ୍ୱେ ଜଣେ ଅନଭିଜ୍ଞ ସିକ୍ୟୁରୀଟି ଗାର୍ଡ ହାତରେ ଟେକିଦେବା ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି । ଏ ସଂକ୍ରାନ୍ତ ରେ ନୂଆପଡା ଏଡିଏମଓ ଏଫଡବ୍ଲୁ ବିନୋଦ ବିହାରୀ ରଥ ଙ୍କୁ ଯୋଗାଯୋଗ କରିବାରୁ ଜଣେ ସିକ୍ୟୁରୀଟି ଗାର୍ଡ ଙ୍କ ଦ୍ଵାରା ଟିକାକରଣ କରିବା ଯୁକ୍ତିଯୁକ୍ତ ନୁହେ । ଏ ଘଟଣା ର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।

Comments are closed.