କନ୍ଧମାଳ ଜିଲ୍ଲାରେ ୯୭ କରୋନା ସଂକ୍ରମିତ ଚିହ୍ନଟ : ୨ ଡାକ୍ତର ଜଣେ ପୋଲିସ କର୍ମଚାରୀଙ୍କ ସମେତ ୧୦ କରୋନା ଯୋଦ୍ଧା ସଂକ୍ରମିତ, ଜିଲ୍ଲାରେ ମୋଟ ୪୬୪୫
ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲାରେ ଆଜି ଦୁଇଜଣ ଡାକ୍ତର ଓ ଜଣେ ପୁଲିସ କର୍ମଚାରୀଙ୍କୁ ମିଶାଇ ମୋଟ ୧୦ ଜଣ କରୋନା ଯୋଦ୍ଧାଙ୍କ ସମେତ ମୋଟ ୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । । ଏଥିସହ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୪,୬୪୫ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୩,୯୩୯ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି । କରୋନା ଜନିତ ମୃତୁ୍ୟ ସଂଖ୍ୟା ଜିଲ୍ଲାରେ ୨୩ ରହିଛି ଆଉ ୬୮୩ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଜିଲ୍ଲାର ଫୁଲବାଣୀ ପୌରାଂଚଳରେ ୧୧ ଜଣ ଏବଂ ଗ୍ରାମାଂଚଳରେ ୮ ଜଣ ଚିହ୍ନଟ ହୋଇଛନ୍ତି ଏବଂ ବାଲିଗୁଡାରର ୨ଜଣ, ଘୁ.ଉଦୟଗିରିରେ ୬,ଚକାପାଦରେ ୧୨,ଦାରିଙ୍ଗବାଡିରେ ୩,କ.ନୁଆଗାଁରେ ୮,ଖଜୁରିପଡାରେ ୧୨,କୋଟଗଡରେ ୫,ଫିରିଙ୍ଗିଆ ୭,ରାଇକିଆ ୧୫,ଟିକାବାଲିରେ ୪, ତୁମୁଡିବନ୍ଧ ଅଂଚଳରୁ ୩ ଜଣ ଥିବାବେଳେ ଅନ୍ୟାନ୍ୟ ଅଂଚଂଳରୁ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି ।
ତେବେ କରୋନା ସଂକ୍ରମଣ ଧିରେଧିରେ ବଢିବାରେ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ ହେଲେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।