କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଦିନକରେ 3235 କରୋନା ପଜିଟିଭ , ଖୋର୍ଦ୍ଧାରୁ ଆକ୍ରାନ୍ତଙ୍କ ସଂଖ୍ୟା କମି 502, କଟକରେ 318
ଭୁବନେଶ୍ୱର, 28I9 : କ୍ରମାଗତ ଦୁଇ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମି ଚାଲିଛି I ଶନିବାର 4208 ପଜିଟିଭ ଚି଼ହ୍ନଟ ହୋଇଥିଲା ବେଳେ ରବିବାର ତାହା ହ୍ରାସ ପାଇ ଆକ୍ରାନ୍ତ ସଂଖ୍ୟା ଥିଲା 3922 I ସେହିପରି ସୋମବାର ଆକ୍ରାନ୍ତ ସଂଖ୍ୟା କମି 3235 ହୋଇଛି I ଏହା ନିଶ୍ଚିତ ଭାବେ ଶୁଭଙ୍କର I ତେଣୁ ଏହି ଟ୍ରେଣ୍ଡ ଜାରି ରହେ ତାହାଲେ ପଜିଟିଭ ସଂଖ୍ୟା ରାଜ୍ୟରୁ ଆହୁରି କମିବ ବୋଲି ଅନୁମାନ କରାଯାଇ ପାରେ I
ରାଜ୍ୟରେ ବର୍ତମାନ ସୁଦ୍ଧା 31 ଲକ୍ଷ 59 ହଜାର 400 ନମୁନା ପରୀକ୍ଷା ହୋଇଥିଲା I ସେଥିରୁ ରାଜ୍ୟରେ ପଜିଟିଭ୍ କେସ୍ ୨ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 38, 272 ଥିବାବେଳେ ଦିନକରେ 3235 ଆକ୍ରାନ୍ତ ଚି଼ହ୍ନଟ ହୋଇଛି I ଏଥିରେ କ୍ୱାରେଣ୍ଟାଇନରୁ ୧୯୫୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ ହଜାର ୩୨୦ । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ କମିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା । ସୋମବାର ଖୋର୍ଦ୍ଧାରୁ ୫୦୨ ଓ କଟକରୁ ୩୧୮ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।
ଅନ୍ୟ ପକ୍ଷରେ ଅନୁଗୋଳରୁ ୧୭୯, ବରଗଡ଼ରୁ ୧୩୭, ନବରଙ୍ଗପୁରରୁ ୧୨୪, ସମ୍ୱଲପୁରରୁ ୧୨୦, ମୟୂରଭଞ୍ଜରୁ ଚିହ୍ନଟ ହୋଇଛନ୍ତି ୧୧୮ ନୂଆ ଆକ୍ରାନ୍ତ I ସେହିପରି ଯାଜପୁରରୁ ୧୧୦, ନୂଆପଡ଼ାରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୩, ବାଲେଶ୍ୱରରୁ ବାହାରିଛନ୍ତି ୧୦୦ ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି I ହେଲେ ବଲାଙ୍ଗୀର, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୧୦୧ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ଶହେ ଭିତରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି I
