ଉପାନ୍ତ ଓଡ଼ିଶା : ଵିଶ୍ୱବାସୀ ମହାମାରୀ କରୋନା ଭୁତଣୁର ଭୟଭୟତାରେ ଗତ 5 ମାସ ଧରି ଅନଲକ,ଲକଡାଉନ,ସଟଡାଉନ ଘୋଷଣା ହେବାରୁ ସ୍ତାନୀୟ ତଥା ପାରିପାର୍ଶ୍ବିକ ବ୍ୟବସାୟି ମାନେ ଅକଥନୀୟ ଦୁର୍ଦ୍ଦଶାର ସମୁଖୀନ ହୋଇଛନ୍ତି। ସାଧାରଣତଃ ଗ୍ରାମାଞ୍ଚଳରେ ସକାଳ ବେଳା ଓ ଉପରବେଳା କିଛି ଜଳଖିଆ ପ୍ରସ୍ତୁତ କରି ବ୍ୟବସାୟୀ ନିଜର ଗୁଜୁରାଣ ମେଣ୍ଟାଉଥିଲେ ।
ଦୀର୍ଘ ଦିନ ଧରି ଲ କଡାଉନ ଜାରି ରହିଥିବାର ଓ ସେମାନଙ୍କ ପାଇଁ ଦୋକାନ ଖୋଲିବାକୁ ଅଙ୍କୁଶ ଲାଗିଥିବାରୁ ଏବେ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲାଣି।ଯଦିଓ ଦୋକାନୀମାନଙ୍କୁ ଖୋଲାରେ ଜଳଖିଆ ପ୍ରସ୍ତୁତରଖି ବିକ୍ରି ନ କରିବାପାଇଁ ପରାମର୍ଶ ଦିଆଯାଉଛି ତାହାହେଲେ।
କରୋନା ମହାମାରୀର ବ୍ୟାପକତାକୁ ଆଖି ଆଗରେ ରଖି ଦୋକାନୀ ମାନଙ୍କୁ ମାସ୍କ ,ହାତରେ ଗ୍ଲୋବଶ ପିନ୍ଧିବା ଓସାମାଜିକ ଦୂରତା ରକ୍ଷା କରିବା ପାଇଁ ଯେତିକି ଜରୁରୀ ଦର୍ଶା ଯାଉଛି ବିକ୍ରି କରୁଥିବା ଖାଦ୍ୟପଦାର୍ଥର ସ୍ଵଚ୍ଛାତା ସେତିକି ଆବଶ୍ୟକ ବୋଲି ସରକାରୀ ଗାଇଡ଼ ଲାଇନରେ ଉଲେଖ ରହିଥିବା ଜଣାପଡିଛି। ଏପରି ସ୍ଥିତିରେ ଜଳଖିଆ ଓ ଠେଲା ବ୍ୟବସାୟୀ ମାନଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟ ବାସ୍କ ବଣ୍ଟନ କଲେ କିପରି ହୁଅନ୍ତା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
ବଂଚିବା ପାଇଁ ବ୍ୟବସାୟୀ ସେମାନେ ରାହା ଖୋଜୁଥିବା ବେଳେ କିଛି ବ୍ୟବସାୟୀ କିଛିଦିନ ଅପେକ୍ଷା ପରେ ଏହା ଶୀଘ୍ର ହଟିବାର ନାଇ ବୋଲି ଜାଣିପାରି ନିଜେ ବ୍ୟବସାୟୀରେ ପରିବର୍ତ୍ତନ କିମ୍ବା ବିଦେଶକୁ ଖଟିବା, କୁଲି ଗିରି କରିବା ପାଇଁ ସଜବାଜ ହେଉଥିବା ଜଣାଯାଇଛି। କେତେକ ଏହାକୁ କୌଳିକ ବୃତ୍ତି ଭାବେ ଧରିନେଇଥିବାବେଳେ ଅନ୍ୟ କିଛି କାର୍ଯ୍ୟ କରିବାକୁ ସତ ସାହାସ ଆସୁନଥିବା ପ୍ରକାଶ କରିଛନ୍ତି।