ଓଡ଼ିଶାରେ କରୋନା ମର୍ତ୍ୟୁ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି : କୋଭିଡ-୧୯ ଭୁତାଣୁ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନାର ସ୍ଥିତି । ଗତକାଲି କରୋନା ମହାମାରୀରେ ୨ଜଣ ଆକ୍ରାନ୍ତ ଜୀବନ ହାରିଥିବା ବେଳେ ଆଜି ଆଉ ଜଣେ କୋଭିଡ-୧୯ ଭୁତାଣୁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଗଞ୍ଜମ ଜିଲ୍ଲାର ବୋଲି ଜଣାପଡ଼ିଛି।
Regret to report that a 46 year old Covid positive Male of Ganjam district passed away while under treatment in hospital for Covid pneumonia.
ସୂଚନାଯୋଗ୍ୟ, ମୃତକ ୪୬ ବର୍ଷୀୟ ଯୁବକ କରୋନା ମହାମାରୀରେ ସଂକ୍ରମିତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି। ଫଳରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧୫କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ଆଜିର ମୃତ୍ୟୁକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ ଭୁବନେଶ୍ୱରରେ ୩ ଜଣଙ୍କ, ଖୋର୍ଦ୍ଧାରେ ଜଣେ, କଟକରେ ଜଣେ, ପୁରୀରେ ଜଣେ, ବରଗଡରେ ଜଣଙ୍କ ମୃତ୍ୟୁ ହୋଇଛି। ଏପ୍ରିଲରେ ରାଜ୍ୟରେ କରୋନାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେରେ ୫ ଜଣଙ୍କ ଓ ଜୁନରେ ୯ ଜଣଙ୍କ କରୋନାଜନିତ ମୃତ୍ୟୁ ହୋଇସାରିଲାଣି।