Odisha news

କଂଗ୍ରେସକୁ ମିଳିଲା ନୂଆ ସଭାପତି : ମଲ୍ଲିକାର୍ଜ୍ଜୁନ ଖଡଗେ ହେଲେ କଂଗ୍ରେସର ନୂଆ ଅଧ୍ୟକ୍ଷ

0

ନୂଆଦିଲ୍ଲୀ ୧୯।୧୦: କଂଗ୍ରେସ ସଭାପତି ନିର୍ବାଚନ ଫଳାଫଳ ଜଣାପଡିଛି। ମଲ୍ଲିକାର୍ଜ୍ଜୁନ ଖଡଗେ ଦଳର ନୂଆ ସଭାପତି ନିର୍ବାଚିତ ହୋଇଛନ୍ତି। ମିର୍ବାଚନରେ ଖଡଗେଙ୍କୁ ସର୍ବାଧିକ ୭ ହଜାର ୮୯୭ଟି ଭୋଟ ମିଳିଥିବା ବେଳେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ସାଂସଦ ଶଶି ଥରୁରଙ୍କୁ ମାତ୍ର ୧ ହଜାର ୭୨ଟି ଭୋଟ ମିଳିଛି। ଏଣୁ ଥରୁର ବିପୁଳ ଭୋଟ ବ୍ୟବଧାନରେ ଖଡଗେଙ୍କ ଠାରୁ ପରାସ୍ତ ହୋଇଛନ୍ତି। ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ବୁଧବାର ଭୋଟ ଗଣତି ହେଉଥିଲା।

କଂଗ୍ରେସ ମୁଖ୍ୟାଳୟରେ ବୁଧବାର ଅନୁଷ୍ଠିତ ହୋଇଥିବା ଭୋଟ ଗଣତିରେ ୪୧୬ ଭୋଟ ଅମାନ୍ୟ ହୋଇଯାଇଛି। ଅକ୍ଟୋବର ୧୭ ତାରିଖ ଦିନ ଅନୁଷ୍ଠିତ ଭୋଟ ଗ୍ରହଣରେ ୯୩୮୫ ଡେଲିଗେଟ୍ ଭୋଟଦାନ କରିଥିଲେ। ଏଥିରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ସପକ୍ଷରେ ୭ ହଜାର ୮୯୭ଟି ଭୋଟ ପଡିଥିବା ବେଳେ ନିର୍ବାଚନରେ ଖଡଗେଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ଶଶି ଥରୁଙ୍କ ସପକ୍ଷରେ ୧ହଜାର ୭୨ଟି ଭୋଟ ପଡିଛି। ଫଳରେ ଖଡଗେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ନିର୍ବାଚନ ଫଳାଫଳ ଆସିବା ପରେ ଶଶି ଥରୁର ନିର୍ବାଚନ ପ୍ରକ୍ରିୟାକୁ ପ୍ରଶ୍ନ କରି ସେ ଲେଖିଥିବା ପତ୍ର ଲିକ୍‌ ହୋଇଯିବା ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିବା ବେଳେ ସଲମାନ ସୋଜଙ୍କ ସ୍ପଷ୍ଟିକରଣ ପରେ ଅନାବଶ୍ୟକ ବିବାଦ ସମାପ୍ତ ହୋଇଯିବ ବୋଲି ଥରୁର ଆଶାପ୍ରକାଶ କରିଛନ୍ତି। ଥରୁର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ (ସିଇଏ)ଙ୍କୁ ଲେଖିଥିବା ଏକ ଅନ୍ତରୀଣ ପତ୍ରକୁ ଗଣମାଧ୍ୟମରେ ଲିକ୍ କରି ଦିଆଯାଇଛି। ଏହା ବାସ୍ତବିତ ଦୁର୍ଭାଗ୍ୟପୂର୍ଣ୍ଣ। ତେବେ ଥରୁର କହିଛନ୍ତି ଯେ ଏହି ନିର୍ବାଚନ କଂଗ୍ରେସକୁ ମଜଭୁତ କରିବା ପାଇଁ ବାଣ୍ଟିବା ପାଇଁ ନୁହେଁ। ଚାଲନ୍ତୁ ଆଗକୁ ବଢ଼ିବା..

Nalco
Leave A Reply