Odisha news

ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷ ଠାରେ ଛତ୍ରପୁର ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର ୩/୭ : ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ ଶନିବାର ପୁର୍ବାହ୍ନରେ ଭିଡିଓ କନଫରେନ୍ସି ମାଧ୍ୟମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଉପଖଣ୍ଡ ସ୍ତରୀୟ ରାଜସ୍ୱ ସମୀକ୍ଷା ବୈ÷ଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଖଣ୍ଡ ସ୍ତରରେ ରାଜସ୍ୱ ଆଦାୟ ଉପରେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ଗୁରୁତ୍ୱ ଦେଇଛନ୍ତି । ବେଆଇନ ଚୋରାଚାଲାଣ ହେଉଥିବା ଲଘୁ ଖଣିଜ ପଦାର୍ଥ ଉପରେ ନିୟମିତ ତହସିଲ ସ୍ତରରେ ଚଢାଉ କରିବା ସହ କ୍ଷେତ୍ର ପରିଦର୍ଶନ କରି ସଇରାତ ଗୁଡିକ ନିୟମରୁ ଅଧିକା ବ୍ୟବହାର ହୋଇଛି କି ନାହିଁ ତାହାର ଯାଂଚ କରିବେ । ଯେଉଁମାନେ ଏହାର ଖିଲାପ କରିଛନ୍ତି ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା (ରୟାଲିଟି) ଆଦାୟ କରାଯିବ । ଛତ୍ରପୁର ଉପଖଣ୍ଡ ସ୍ତରରେ ଚଳିତ ଆର୍ଥିକ ବର୍ଷ ନିମନ୍ତେ ଏକ କୋଟି ଟଙ୍କା ରୟାଲିଟି ବାବଦକୁ ଆଦାୟ କରିବା ନିମନ୍ତେ ଲକ୍ଷ ଧାର୍ଯ୍ୟ ରହିଛି । କରୋନା ମହାମାରୀ ଯୋଗୁଁ ଏହା ଧୀମା ଥିବା ଯୋଗୁଁ ଏହାକୁ ପୁଣି ଥରେ ବ୍ୟାପକ ଭାବେ ଆରମ୍ଭ କରିବା ନିମନ୍ତେ ଉପଜିଲ୍ଲାପାଳ ସମସ୍ତ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ତହସିଲ ସ୍ତରରେ ଆରମ୍ଭ ହୋଇଥିବା ରାଜସ୍ୱ ରଥ ଗୁଡିକ ସମସ୍ତ ଗାଁ କୁ ଗାଁ ବୁଲି ହିତାଧିକାରୀ ମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବା ନିମନ୍ତେ ଉପଜିଲ୍ଲାପାଳ କହିବା ସହ ହିତାଧିକାରୀ ମାନଙ୍କ ଠାରୁ ମୁ୍ୟଟେସନ, ଗ୍ରାମ କଣ୍ଟକ, ଓଏଲଆର (୮) ଏ ଆବେଦନ ଫର୍ମ ଗୁଡିକ ସଂଗ୍ରହ କରାଯାଇ ତୁରନ୍ତ କାର୍ଯ୍ୟକାରୀ କରାଯିବା ନିମନ୍ତେ ମଧ୍ୟ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି କହିଛନ୍ତି । ଏହା ସହ ହିତାଧିକାରୀ ମାନଙ୍କ ଠାରୁ ବିଭିନ୍ନ ଅଭିଯୋଗ ସଂଗ୍ରହ କରି ଏହାର ସମାଧାନ କରିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି । ଧାର୍ଯ୍ୟ ତାରିଖ ଅନୁଯାୟୀ ସମସ୍ତ ଗ୍ରାମ କଣ୍ଠକ ଗୁଡିକ ତହସିଲ ସ୍ତରରେ ଶୁନ କରିବା ନିମନ୍ତେ କୁହାଯିବା ସହ ଏହାର ବୃଦ୍ଧି କରିବା ନିମନ୍ତେ ପ୍ରସ୍ତାବ ଦିଆଯିବାକୁ କୁହାଯାଇଛି । ଚାଷ ଜମିକୁ ଅଣ ଚାଷ ଜମି ରୁପେ ବ୍ୟବହାର କରୁଥିବା ଜମିକୁ ଆରଆଇ ମାନେ ସ୍ୱତଃପ୍ରବୃତ୍ତ ଭାବେ କେଶ ଦାୟର କରି ଫଇସଲା କରିବା ନିମନ୍ତେ ଏହି ବୈ÷ଠକରେ ଆଲୋଚନା କରାଯାଇଛି । ଏହି ବୈ÷ଠକରେ ସହାୟକ ଜିଲ୍ଲାପାଳ ଅଶୋକ ପ୍ରଧାନ, ବରିଷ୍ଠ ରାଜସ୍ୱ ସହାୟକ ଅଖିଳ କୁମାର ସାବତଙ୍କ ସମେତ ଉପଖଣ୍ଡ ସ୍ତରୀୟ ସମସ୍ତ ତହସିଲ, ଅତିରିକ୍ତ ତହସିଲଦାର ଓ ସୁପରଭାଇଜର ମାନେ ସାମିଲ ହୋଇଥିଲେ ।

Comments are closed.