Odisha news

ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପାଳ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗସ୍ତରେ ଆଜି କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି, ଆସି ବାଲିଗୁଡା ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ ପରିସରରେ ଚାଲିଥିବା ୫-ଟି ମାଧ୍ୟମରେ ହେଉଥିବା  ସ୍ମାର୍ଟ ସ୍କୁଲ କାର୍ଯ୍ୟର ତଦାରଖ କରିଥିଲେ। କାମ କେମିତି ଚାଲିଛି ଓ ନିର୍ଦ୍ଧାରିତ  ଦିନ ମଧ୍ୟରେ ସରିବ କି ନାହିଁ ଆଦି ସବୁ ଉପରେ ପଚାରି ବୁଝିଥିଲେ। ଆସନ୍ତା ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ  ଏହି ସ୍ମାର୍ଟ କ୍ଲାସ୍ ଉଦ୍‌ଘାଟନ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏହି ସବୁକୁ ପରିଦର୍ଶନ କରି ଜିଲ୍ଲାପାଳ ଫେରିଛନ୍ତି। ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳ ଡ. ଶୁଭଙ୍କର ମାହାପାତ୍ର, ବିଡିଓ ଡ. ଜଗଦୀଶ ଷଡ଼ଙ୍ଗୀ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମିତାସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Nalco

Comments are closed.