Odisha news

ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ସ୍ବର୍ଗତ ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରବର୍ଗଙ୍କୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ପାଞ୍ଚଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି

0

ଦିଗପହଣ୍ଡି : ବିଶ୍ବ ଅଙ୍ଗଦାନ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ସ୍ବର୍ଗତ ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରବର୍ଗଙ୍କୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ପାଞ୍ଚଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରଦାନ କରିଥିଲେ  ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ ୧୦ ମାସ ତଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୂରଜ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗ ଗତବର୍ଷ ନଭେମ୍ବର ୧୧ ତାରିଖରେ ମୋତେ ସାକ୍ଷାତ କରି ସୂରଜଙ୍କ ଅଙ୍ଗଦାନ ସକାଶେ ଆଗ୍ରହ ପ୍ରକାଶ କରିଥିଲେ ଏବଂ ସେହି ଅନୁଯାୟୀ ସୂରଜଙ୍କ କିଡନୀ, ଲିଭର, ହାର୍ଟ ଏବଂ ଦୁଇ ଆଖି ଦାନ କରିଥିଲେ, ଯାହାକି ଛଅଟି ଲୋକଙ୍କ ଜୀବନ ବଞ୍ଚାଇପାରିଥିଲା  । ତାଙ୍କ ତ୍ୟାଗ ସମସ୍ତଙ୍କୁ ଅଭିଭୂତ କରିଥିଲା  । ସେହିଦିନହିଁ ସୂରଜଙ୍କ ସ୍ମୃତିରେ ସୂରଜଙ୍କ ନାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି  । ସୂରଜ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ଆଜି ସୂର୍ଯ୍ୟ ପରି ଅନ୍ୟମାନଙ୍କ ଜୀବନ ଓ ଜଗତକୁ ଆଲୋକିତ କରି ଚାଲିଛି  । ସେବେ ଠାରୁ ଅନେକ ପରିବାର ଏହିଭଳି ଅଙ୍ଗଦାନ କରିବା ଦିଗରେ ଆଗେଇ ଆସିଛନ୍ତି  । ଆଜି ମଣିଷ ମଧ୍ୟରେ ମଣିଷ ପଣିଆ ବଞ୍ଚି ରହିଛି  । ଅନ୍ୟର ଜୀବନ ବଞ୍ଚାଇବା ପରି ପୂଣ୍ୟ ଅନ୍ୟ କିଛି ନାହିଁ ବୋଲି ଜଣାଇଥିଲେ  ।

ଆଜିର ଭିଡିଓ କନଫରେନ୍ସିଂ ଜରିଆରେ ୫ଟି ସଚ୍ଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଙ୍କ ପୌରୋହିତ୍ୟରେ ଗଞ୍ଜାମ,ଖୋର୍ଦ୍ଧା ଓ ପୂରୀ ଜିଲ୍ଲାର ଏହିଭଳି ପୂଣ୍ୟ କାମ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ପାଞ୍ଚଲକ୍ଷ ଲେଖାଏଁ ପ୍ରୋତ୍ସାହନରାଶି ପ୍ରଦାନ କରାଯାଇଥିଲା  । ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସିଂ ହଲରେ ସ୍ବର୍ଗୀୟ ପ୍ରିୟଙ୍କାରାଣୀ ପାତ୍ରଙ୍କ ସ୍ବାମୀ ଭି. ସମୀର କୁମାର ରାଜୁ, ସମୀର କୁମାରଙ୍କ ପିତା ଭି. ଧର୍ମାରାଜୁ ଏବଂ ତାଙ୍କ ଭାଇ ଭି. ସଚିନ୍ କୁମାରଙ୍କ ଉପସ୍ଥିତିରେ ପାଞ୍ଚଲକ୍ଷ ଟଙ୍କାର ପ୍ରୋତ୍ସାହନରାଶି ପ୍ରଦାନ କରାଯାଇଥିଲା  ।

ଏଠାରେ ପ୍ରକାଶ ଥାଉକି ଚଳିତ ବର୍ଷ ଜାନୁୟାରୀ ୨୬ ତାରିଖ ଦିନ ଏକ ସଡକ ଦୁର୍ଘଟଣାରେ ପରିବାରର ସମସ୍ତ ସଦସ୍ୟ ଆହତ ହୋଇଥିଲେ  । ତନ୍ମଧ୍ୟରୁ ପ୍ରିୟଙ୍କାରାଣୀ ପାତ୍ର ମୃତ୍ୟୁ ବରଣ କରିଥିଲେ  । ପରିବାର ବର୍ଗ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଅସ୍ତ୍ରୋପଚାର କରି ତାଙ୍କର କିଡନୀ ବାହାର କରିଥିଲେ  । ଆପୋଲୋ ହସ୍ପିଟାଲରେ ହିଁ ଜଣେ ଜରୁରୀ ବ୍ୟକ୍ତିଙ୍କୁ ଗୋଟିଏ ଏବଂ ଅନ୍ୟଟି କଟକ ଏସ୍.ସିବି ମେଡିକାଲ ର ଅତ୍ୟାବଶ୍ୟକ ଜଣେ ରୋଗୀଙ୍କୁ ପ୍ରଦାନ କରାଯାଇଥିଲା  । ଭିଡିଓ କନଫରେନ୍ସିଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଉପସ୍ଥିତ ଥିଲେ  ।

 

Nalco
Leave A Reply