Odisha news

ସିଟୁ ଓ ଏଆଇଟିୟୁସି ପକ୍ଷରୁ ୧୦ଦଫା ଦାବି ନେଇ ମିଳିତ ପ୍ରତିବାଦ ସଭା

0

ବାରିପଦା  : ସିଆଇଟିୟୁ ଓ ଏଆଇଟିୟୁସି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବାସହ ଏକ ୧୦ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଦଶ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ଏବଂ ମୟୂରଭଞ୍ଜ ସଟ୍ଡାଉନ୍ ପାଇଁ ଆଜି ଏହା ବାରିପଦାଠାରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଦାବିଗୁଡିକ ଯଥାକ୍ରମେ ସମସ୍ତଙ୍କୁ ମାଗଣା ଚିକିସôା ସୁବିଧା ଯୋଗାଇଦେବା, ପ୍ରତ୍ୟେକ ଲୋକଙ୍କୁ ପ୍ରତିମାସ ୧୦କିଗ୍ରା ଚାଉଳ ୬ମାସ ପାଇଁ ପ୍ରଦାନ କରିବା, ଆୟକର ପରିସରଭୁକ୍ତ ନଥିବା ପ୍ରତ୍ୟେକ ପରିବାରକୁ ମାସକୁ ୭୫୦୦ଟଙ୍କା ୬ମାସ ଯାଏଁ ଦେବା, ମନେରଗା କାମରେ ଦୈନିକ ୬୦୦ଟଙ୍କା ଏବଂ ବର୍ଗକୁ ଅନୁ୍ୟନ ୨ଶହଦିନ କାମ ଯୋଗାଇବା, ସହାରାଞ୍ଚଳରେ କାମର ଗ୍ୟାରେଣ୍ଟି ପାଇଁ ଆଇନ୍ ତିଆରି କରିବା ଆଦି ବିଭିନ୍ନ ୧୦ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଆଇନ୍ଜିବୀ ରବି ଗୋସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଅମଲ ଦେ, ଜଗବନ୍ଧୁ ମିଶ୍ର ଓ ରଘୁନାଥ ପଣ୍ଡା ନିଜନିଜ ବକ୍ତବ୍ୟ ରଖିବାସହ ୧୦ଦଫା ଦାବିଗୁଡିକ ସହିତ ପ୍ରଶାସନ କୋଭିଡ୍-୧୯ର ମୁକାବିଲାରେ ବିଫଳର ପ୍ରତିବାଦରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ଖୁଣ୍ଟିଆ, କ୍ଷିତୀଶ୍ ସାଶମଲ, ରଥ ସିଂ, ମନୋରଞ୍ଜନ ପରିଡା, ଗଙ୍ଗାଧର ସାମଲ, ଅଶୋକ ଭଞ୍ଜଦେଓ, କମଲ ମହାନ୍ତ, ସତ୍ୟନାରାୟଣ ସେଠୀ, ଜଟିଆ ନାଏକ, ଦାଶରଥି ରାଉତ, ସୁବାଷ ତି୍ରପାଠୀ, ଅଶୋକ ବେହେରା, ବିରଞ୍ଜି ସିଂ, ଚୈତନ୍ୟ ପାତ୍ର, ନଳିନୀ କୁମାର ଦାସ, ନୀଳକଣ୍ଠ ମହାନ୍ତ, ନରେଶ ମହାନ୍ତ ଓ ରଘୁନାଥ ମହାନ୍ତ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।

Leave A Reply