ମେରୀ ଖ୍ରୀଷ୍ଟମାସ୍ : ହାପି କ୍ରିଷ୍ ମାସ ସ୍ଥାନରେ ମେରୀ ଖ୍ରୀଷ୍ଟମାସ୍ କାହିଁକି କୁହାଯାଏ ? କଣ ରହିଛି ଏହାର ବିଶେଷତ୍ଵ
ଡିସେମ୍ବର ମାସ ଆସିବା ମାତ୍ରକେ ସମସ୍ତ ଙ୍କ ମନରେ ଡିସେମ୍ବର ୨୫ ତାରିଖ ବଡଦିନ ଅର୍ଥାତ୍ ଖ୍ରୀଷ୍ଟମାସ୍ ଉଙ୍କି ମାରି ଥାଏ । ଏହିଦିନ ଇଶାଇ ଧର୍ମର ଲୋକଙ୍କ ପାଇଁ ଗୋଟିଏ ବିଶେଷ ଦିନ ଅଟେ । ଏହା ବ୍ୟତୀତ ପ୍ରାୟ ବିଶ୍ଵର ସମସ୍ତ ଧର୍ମ ର ଲୋକମାନେ ମେରୀ ଖ୍ରୀଷ୍ଟମାସ୍ ର ଶୁଭେଚ୍ଛା ବାର୍ତ୍ତା ପଠାଇ ଥାଆନ୍ତି । କଣ ପାଇଁ ହାପି ଖ୍ରୀଷ୍ଟମାସ୍ ବଦଳରେ ମେରୀ ଖ୍ରୀଷ୍ଟମାସ୍ କୁହାଯାଏ ଆପଣ ଜାଣିଛନ୍ତି କି ?
ଏମିତିରେ ଲେଖିବାର କିମ୍ବା ଶୁଭେଚ୍ଛା ବାର୍ତ୍ତା ଦେବାର ଗୋଟିଏ ବିଶେଷ କାରଣ ରହିଛି । ମିଳିଥିବା ତଥ୍ୟ ଆଧାରରେ ୧୮ ବିଂଶ ଓ ୧୯ ବିଂଶ ଶତାବ୍ଦୀର ଲୋକମାନେ ମେରୀ ଖ୍ରୀଷ୍ଟମାସ୍ ସ୍ଥାନରେ ହାପୀ ଖ୍ରୀଷ୍ଟମାସ୍ କୁହା ଯାଉଥିଲା । ଇଂଲଣ୍ଡ ର ରାଜା ଜର୍ଜ ବୀ ଏହି ଶବ୍ଦ ର ଉଚ୍ଚାରଣ କରୁଥିଲେ ।
କେବଳ ଏତିକି ନୁହେଁ ରାଣୀ ଏଲିଯାବେଥ ମଧ୍ୟ ହାପି ଖ୍ରୀଷ୍ଟମାସ୍ ଶବ୍ଦର ବ୍ୟବହାର କରୁ ଥିଲେ । କିନ୍ତୁ ଆଜିକାଲି ଲୋକମାନେ ହାପି ସ୍ଥାନରେ ମେରୀ ଖ୍ରୀଷ୍ଟମାସ୍ ପ୍ରୟୋଗ କରୁଛନ୍ତି । ଯଦି ମେରୀ ଓ ହାପି ଶବ୍ଦ ମଧ୍ୟରେ ଅନ୍ତର ଦେଖିବା ତେବେ ଉଭୟ ଶବ୍ଦ ଖୁସିକୁ ଜାହିର କରିବା ର ଅର୍ଥ କୁ ବୁଝାଇ ଥାଏ । କିନ୍ତୁ ମେରୀ ଶବ୍ଦ ସହିତ ଅଧିକ ଭାବନା ଯୋଡ଼ି ହୋଇଛି ।
ମେରୀ ଶବ୍ଦ ପଛର କାରଣ ପ୍ରସିଧ ସାହିତ୍ୟକାର ଚାର୍ଲ୍ସ ଦିକେଶ୍ ଙ୍କ ହାତ ରହି ଥିବାର ଜଣା ପଡ଼ିଛି । କୁହାଯାଏ ଯେ ୧୭୫ ବର୍ଷ ପୂର୍ବରୁ ପ୍ରକାଶିତ ତାଙ୍କ ପୁସ୍ତକ ‘ ଏ କ୍ରିଶ ମାସ କେରୋଲ ‘ ଜରିଆରେ ଏହି ଶବ୍ଦ ର ପ୍ରଚଳିତ କରି ଥିଲେ । ସେହି ଦିନଠାରୁ ତାଙ୍କ ପୁସ୍ତକ ରେ ଏହି ମେରୀ ଶବ୍ଦ ର ପ୍ରୟୋଗ କାରଣ ରୁ ଲୋକମାନେ ମେରୀ ଶବ୍ଦ ର ପ୍ରୟୋଗ କରି ଥାଆନ୍ତି ।