Odisha news

ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ , କଂଗ୍ରେସ ସରକାର ସାଧାରଣ ଲୋକଙ୍କୁ ରୋଜଗାର ଦେଇଥିଲା : କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱା

0

ଜଗତସିଂହପୁର : ତିର୍ତ୍ତୋଲ ଉପ ନିର୍ବାଚନକୁ ନେଇ ଚାଲିଛି ମାନସ ମନ୍ଥନ ।ସବୁ ଦଳର କର୍ମକର୍ତ୍ତାମାନେ ନିଜ ଦଳ ସପକ୍ଷରେ ମତଦାନ ପାଇଁ ପଞ୍ଚାୟତ ସ୍ତରରେ କର୍ମୀ ସମ୍ମୀଳନୀ କରି ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଜାରି ରଖିଛନ୍ତି ।ଆଜି କଂଗ୍ରେସ ପକ୍ଷରୁ ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଠାରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରିବା ସହିତ କର୍ମୀ ସମ୍ମୀଳନୀ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଜଗନ୍ନାଥପୁର ଠାରେ ଦଳୀୟ ନିର୍ବାଚନୀ କାର୍ଯ୍ୟାଳୟକୁ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଯୋଗ ଦେଇ ଉଦଘାଟନ କରିଥିଲେ ।ଏହି ଅବସରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଚିରଞ୍ଜୀବ ବିଶ୍ୱାଳ କହିଲେ ଯେ କଂଗ୍ରେସ ଜଣେ ଯୋଗ୍ୟ ପ୍ରାର୍ଥୀ ଇଂ ହିମାଂଶୁ ଭୁଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ।ତେଣି ଆମକୁ ଆହୁରି କଠିନ ପରିଶ୍ରମ କରିବାକୁ ପଡିବ ।ଏହି ଉପ ନିର୍ବାଚନରେ ବିଜେଡି ପରାଜୟର ସ୍ୱାଦ ଚାଖିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି  କହିବା ସହିତ କର୍ମୀମାନଙ୍କ ମନୋବଳ ବଢାଇଥିଲେ ।

୧୯୮୦ ମସିହା ଠାରୁ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବା ସହିତ ଲୋକମାନଙ୍କର ସୁଖ ଦଃଖ ସାମିଲ ହୋଇ ତିର୍ତ୍ତୋଲ ମାଟିକୁ ଓଡିଶା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଥିଲେ ।ସେହି ଶ୍ରେୟର ପ୍ରକୃତ ଅଧିକାରୀ ଥିଲେ ଆଧୁନିକ ଓଡିଶାର ନିର୍ମାତା ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳ ।ତାଙ୍କ ଅମଳରେ ଶାରଳା ସୁତାମିଲ,ପାର୍ବତୀ ହ୍ୟାଣ୍ଡଲୁମ ମିଲ ସହିତ ବହୁ ପରିମାଣରେ ଉନ୍ନତି ମୁଳକ କରା୍ୟାଇଥିଲା ।କଂଗ୍ରେସ ସରକାର ସାଧାରଣ ଲୋକମାନଙ୍କୁ ରୋଜଗାରର ମାଧ୍ୟମ ଯୋଗାଇ ଦେଇଥିଲା ।ମାତ୍ର ସେହି ପ୍ରକଳ୍ପ ଗୁଡିକ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ବେଳେ ତାହାର ପୁନଃ ଉଦ୍ଧାର ହୋଇପାରୁନାହିଁ ।ବିଜେଡି ସରକାର ଖାଲି ମିଛ ପ୍ରତିଶୃତି ଦେେଇ ଆମକୁ ଠକି ଭୋଟ  ନେଉଛନ୍ତି ।

ଏହାର ପ୍ରତିବାଦ କରିବାର ସମୟ ଆସିଛି ।ଏହି ଠକ ଓ ପ୍ରତାରିତ ସରକାରକୁ ଆମକୁ ବରଖାସ୍ତ କରି ଜଣେ ଉଚ୍ଚ ଶିକ୍ଷିତ ଯୁବ ସମାଜସେବୀ ଇଂ ହିମାଂଶୁ ଶେଖର ମଲ୍ଲିକଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇ ପାରିଲେ ତିର୍ତ୍ତୋଲର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ବୋଲି କହିଥିଲେ ।ତେଣୁ କଂଗ୍ରେସ କର୍ମୀମାନେ ଏକଜୁଟ ହୋଇ ଗରାମ ପଞ୍ଚାୟତରେ କଂଗ୍ରେସର ଦବ୍ଦବାକୁ ବଜାୟ ରଖିବା ସହିତ ଗ୍ରାମାଞ୍ଚଳକୁ ଯାଇ ଭୋଟରମାନଙ୍କୁ ହିମାଂଶୁ ମଲ୍ଲିକଙ୍କୁ ଭୋଟ ଦେବା ପାଇଁ କହିବାର ଆବଶ୍ୟକ ବୋଲି  ପରାମର୍ଶ ଦେଇଥିଲେ ।ଏହି ସମ୍ମୀଳନୀରେ ଯୁବ ନେତା ଦେବ ପ୍ରସାଦ ନାୟକଙ୍କ ସମେତ ସେକ ଜିଆ ଉଲ୍ଲା,ସଞ୍ଜୟ ମହାନ୍ତି,ନିରଞ୍ଜନ ଦାଶ,ବଟକୃଷ୍ଣ ମଲ୍ଲିକ,ଶ୍ରୀପତି ଲେଙ୍କା,ବିଜୟ ନାୟକ,ଗନ୍ଧର୍ବ ନାୟକ,ଗଜେନ୍ଦ୍ର ଦାସ,ଭାସ୍କର ସାମଲ,ବିଜୟ ପରିଡା,ନୃସିହ ଦାସ,ସୁନିଲ ରଣା,ସନ୍ତୋଷ ପ୍ରସାଦ ଶତପଥୀ ପ୍ରମୁଖ ଶତାଧୀକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Leave A Reply