ଚାଇନିଜ ଖାଦ୍ୟ ପ୍ରତି ଆକୃଷ୍ଟ ରହୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସତର୍କ, ଏହିସବୁ ସାଙ୍ଘାତିକ ରୋଗ ଦ୍ୱାରା ହୋଇ ପାରନ୍ତି ଆକ୍ରାନ୍ତ
ଆମେ ମାନେ ପ୍ରାୟ ଆଜିକାଲି ର ଫାଷ୍ଟ ଫୁଡ ଚାଓମୀନ ଓ ତା ସହିତ ଅନ୍ୟାନ୍ୟ ଚାଇନିଜ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଉ l କାରଣ ଏହା ସ୍ୱାଦଯୁକ୍ତ ହେବା ସହିତ ଖୁବ ସହଜରେ ପ୍ରସ୍ତୁତ କରିହୁଏ ଓ ଖୁବ ସହଜରେ ବଜାରରେ ମିଳି ଯାଇଥାଏ l ସାବଧାନ ହୋଇ ଯାଆନ୍ତୁ, ଚାଇନିଜ ଖାଦ୍ୟ ଖାଇବା ଚକର ରେ ଆପଣ ଅନେକ ପ୍ରକାରର ରୋଗକୁ ନିମନ୍ତ୍ରଣ କରୁଛନ୍ତି l ପ୍ରାୟ ସମସ୍ତ ଚାଇନିଜ ଖାଦ୍ୟ ଆପଣଙ୍କ ଶରୀର ପକ୍ଷରେ କ୍ଷତିକାରକ ଅଟେ l କାରଣ ଏହିସବୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଏଥିରେ ବ୍ୟବହୃତ ହେଉଥିବା ଚାଇନା ସଲ୍ଟ ଅର୍ଥାତ ଅଜିନୋମଟୋ ଶରୀର ପକ୍ଷରେ ଖୁବ କ୍ଷତି କାରକ ଅଟେ, କିନ୍ତୁ ଏହାକୁ ପ୍ରଚୁର ପରିମାଣରେ ବ୍ୟବହୃତ ହୋଇଥାଏ l ଅଜିନୋମଟୋ ରେ ସୋଡିୟମ ଗ୍ଲୁମେଟ ଭଳି ପଦାର୍ଥ ରହିଥାଏ l ଯାହା ଦ୍ୱାରା ଶରୀର ରୋଗରେ ପୀଡିତ ହୋଇପାରେ l
ଆସନ୍ତୁ ଜାଣିବା ରୋଗ ଗୁଡିକ କଣ ?
* ନର୍ଭ ସିଷ୍ଟମ କୁ ପ୍ରଭାବିତ କରିଥାଏ – ଚାଇନିଜ ଖାଦ୍ୟରେ ଥିବା ଅଜିନୋମଟୋ ଆମର ନର୍ଭ ସିଷ୍ଟମ କୁ ପ୍ରଭାବିତ କରିଥାଏ l ଏହା ଶରୀରର ତନ୍ତ୍ରୀକା ଗୁଡିକ ଉପରେ ପ୍ରଭାବ ପକାଇ ବ୍ରେନ ଡ୍ୟାମେଜ ର କାରଣ ହୋଇଥାଏ l ଏଥିରେ ଥିବା ଗୁଲଟମିକ ଏସିଡ ଗୋଟିଏ ନ୍ୟୁରୋଟ୍ରାନ୍ସମିଟର ଭଳି ମସ୍ତିଷ୍କ ରେ କାର୍ଯ୍ୟ କରିଥାଏ l ଶରୀରରେ ଏହା ଅଧିକ ମାତ୍ରାରେ ରହିବା ଦ୍ୱାରା ମସ୍ତିଷ୍କ କୁ କ୍ଷତି କରିଥାଏ l
* ଓଜନ ବଢିବା – ଆମେ ଏହା ସମସ୍ତେ ଜାଣିଛେ ଯେ ଜଙ୍କ ଫୁଡ ଆମର ମୋଟାପଣ କାରଣ ଅଟେ l ଗବେଷଣାରୁ ଜଣା ପଡିଛି ଯେ ଅଜିନୋମଟୋ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l
* ଗର୍ଭାବସ୍ଥାରେ କ୍ଷତି କାରକ – ଗର୍ଭବତୀ ମହିଳା ମାନେ ଚାଇନିଜ ଖାଦ୍ୟ ଖାଇବା ଉଚିତ ନୁହେଁ l କାରଣ ଅଜିନୋମଟୋ ରେ ଥିବା ସୋଡିୟମ ମାତ୍ରା ଖୁବ ଅଧିକ ଅଟେ l ଏହାକୁ ଅଧିକ ଖାଇବା ଦ୍ୱାରା ଗର୍ଭସ୍ଥ ସନ୍ତାନର ମସ୍ତିସ୍କ ଉପରେ ପ୍ରଭାବ ପଡିଥାଏ l
* ଉଚ୍ଚ ରକ୍ତଚାପ ସମସ୍ୟା – ଚାଇନିଜ ଖାଦ୍ୟରେ ଥିବା ଅଜିନୋମଟୋ ଉଚ୍ଚ ରକ୍ତଚାପ ର ସମସ୍ୟା ର କାରଣ ଅଟେ l ଯଦି ଆପଣ ଜଣେ ଉଚ୍ଚ ରକ୍ତଚାପ ରୋଗୀ ତେବେ ଏହାଠାରୁ ଦୁରେଇ ରୁହନ୍ତୁ l
* ନିଦ ଓ ମାଇଗ୍ରେନର ସମସ୍ୟା – ଗବେଷକ ମାନଙ୍କ ମତରେ ଅଜିନୋମଟୋ ମସ୍ତିଷ୍କରେ ଉତେଜନା ବୃଦ୍ଧି କରିଥାଏ l ଯାହାର କାରଣ ରୁ ନିଦ ପ୍ରଭାବିତ ହୋଇଥାଏ l ତେଣୁ ଏହାକୁ ଖାଇବା ଉଚିତ ନୁହେଁ l