ଚୀନ୍ ର ୨୭ଟି ସହରରେ ଡେଲ୍ଟା ଭାରିଏଣ୍ଟ ର ପ୍ରକୋପ , ବେଜିଂ ରେ ବୁଲିବା ପାଇଁ ଅନେକ ପ୍ରତିବନ୍ଧକ
ନୂଆଦିଲ୍ଲୀ : ଯେଉଁ ଚୀନ୍ ରୁ କରୋନା ସଂକ୍ରମଣ ବ୍ୟାପିବାର କଥା କୁହା ଯାଉଛି , ସେଠାରେ ବର୍ତ୍ତମାନ୍ ଡେଲ୍ଟା ଭାରିଏଣ୍ଟ ପ୍ରକୋପ ବଢିବାରେ ଲାଗିଛି । ଚୀନ୍ ର ୨୭ ଟି ସହରରେ ଡେଲ୍ଟାଭାରିଏଣ୍ଟ ଦୃତ ଗତିରେ କାୟା ବିସ୍ତାର କରି ଚାଲିଛି । ଚୀନ୍ ର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ ଅନୁସାରେ ଦେଶରେ ପ୍ରାୟ ନୂଆ ୩୦୦ରୁ ଉର୍ଦ୍ଧ ନୂଆ ମାମଲା ଆସିଛି । ଯାହାଦ୍ଵାରା ରାଜଧାନୀ ବେଜିଂ , ଜିଆଙ୍ଗସୁ ଓ ସିଚୁଆନ ଭଳି ବଡ଼ ସହର ସାମିଲ ଅଛି । କେବଳ ଏତିକି ନୁହେଁ ଚୀନ୍ ରେ ରିସ୍କ୍ ରେ ଅନେକ ସ୍ଥାନ ରହିଛି । ୯୧ ଟି ସ୍ଥାନ ଏପରି ରହିଛି ଯେଉଁଠି ମଧ୍ୟମ ଧରଣର ସଂକ୍ରମଣ ରହିଛି ।
ରାଜଧାନୀ ବେଜିଂ ରୁ ରବିବାର ଦିନ ୩ଟି ନୂଆ କେଶ୍ ଆସିଛି । ଯେଉଁଥିରେ ଗୋଟିଏ ଏସିମ୍ପୋମେଟିକ କେଶ୍ ରହିଛି । ୩ଜଣ ବ୍ୟକ୍ତି ଗୋଟିଏ ପରିବାରର ଅଟନ୍ତି ଯେଉଁମାନେ ନିକଟରେ ଝୋଙ୍ଗ ଜୀୟଞ୍ଜି ଯାଇଥିଲେ , ଏହା ଚୀନ୍ ର ଏକ ଦର୍ଶନୀୟ ସ୍ଥାନ । ଗୁରୁବାର ଦିନ ଏମାନଙ୍କର ନମୁନା ପରୀକ୍ଷା କରା ଯାଇଥିଲା ଯେଉଁଥିରୁ ଜଣା ପଡିଥିଲା ଏମାନେ
ଡେଲ୍ଟାଭାରିଏଣ୍ଟ ଦ୍ଵାରା ପ୍ରଭାବିତ ଅଛନ୍ତି ।
ଚୀନ୍ ରେ କରୋନା ମାମଲା ବଢୁଥିବା କୁ ଆଖି ଆଗରେ ରଖି ସରକାରଙ୍କ ପକ୍ଷରୁ କଠୋର ପଦକ୍ଷେପ ନିଆ ଯାଉଛି । ସରକାର ବେଜିଂ କୁ ଆସୁଥିବା ଲୋକ ମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଛନ୍ତି । ବର୍ତ୍ତମାନ୍ ଚୀନ୍ ରେ ବ୍ୟାପୁଥିବା ସଂକ୍ରମଣ ର କାରଣ ଗୋଟିଏ ଥିଏଟର କାର୍ଯ୍ୟକ୍ରମ କୁ ଦୋଷ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମ ରେ ୨୦୦୦ ରୁ ଅଧିକ ଲୋକ ସାମିଲ ହୋଇଥିଲେ । ଚୀନ୍ ରେ ରବିବାର ସୁଧ ୯୩, ୦୦୫ ମାମଲା ସାମ୍ନାକୁ ଆସିଥିଲା । ପ୍ରଶାସନ ପକ୍ଷରୁ କଣ୍ଟାକଟ ଟ୍ରେସିଂ ଆରମ୍ଭ କରାଯାଇଛି ।
Comments are closed.