Odisha news

ଚୀନ୍ର ସୈନ୍ୟ ଆଡ୍ଡାକୁ ବିଶ୍ଵର ଭୟ : ନାଟ୍ଟୋ ପ୍ରସ୍ତୁତ କଲା ଜିନ୍ ପିଙ୍ଗଙ୍କୁ ରୋକିବାର ପ୍ରକ୍ରିୟା

ନୂଆଦିଲ୍ଲୀ : ଚୀନ୍ ର ବିସ୍ତାର ବଡି ନୀତି ଯୋଗୁଁ ପୂର୍ବରୁ କେବଳ ତାର ପଡୋଶୀ ଦେଶ ଚିନ୍ତା ରେ ଥିଲେ ବର୍ତ୍ତମାନ୍ ୟୁରୋପ ଓ ଆମେରିକା ମଧ୍ୟ ଚିନ୍ତା ରେ ରହିଲେଣି । ନାଟୋ ଦେଶ ମଧ୍ୟ ଏହା ଗ୍ରହଣ କରି ନେଲେନି ଯେ ଚୀନ ବିଶ୍ଵର ଶାନ୍ତି ପାଇଁ ବିପଦ । ଚୀନ୍ କୁ ନେଇ ନାଟୋ ଦେଶ ମାନଙ୍କର ଚିନ୍ତା ବୃଥା ନୁହେଁ । ଚୀନ୍ ନିଜର ନୀତି କାରଣରୁ ବିଶ୍ଵ ପାଇଁ ବଡ ବିପଦ ହେବାକୁ ଯାଉଛି । ଏହି ଚିନ୍ତା କୁ ନେଇ ନାଟୋ ଦେଶ ମହତ୍ତ୍ୱପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଦିଲ୍ଲୀ ଠାରୁ ୬ହଜାର କିଲୋମିଟର ଦୂର ବ୍ରସେଲ୍ସ ରେ ନାଟ୍ଟୋ ଦେଶ ମାନଙ୍କର ବୈଠକ ଚାଲିଛି । ଭାରତ ନା ନାଟ୍ଟୋ ର ସଦସ୍ୟ ନା ସେଥିରେ ଅଂଶ ଗ୍ରହଣ କରିଛି , କିନ୍ତୁ ଏହି ବୈଠକ ରେ ଯେଉଁ ବିଷୟ ରେ ଅଧିକ ଚର୍ଚ୍ଚା ହେଉଥିଲା ତାର ସମ୍ବନ୍ଧ ଭାରତ ସହିତ ରହିଥିଲା । ନାଟ୍ଟୋ ଦେଶରେ ଯେଉଁ ନିଷ୍ପତି ନିଆଗଲା ତାର ପ୍ରଭାବ ଭାରତର ରକ୍ଷା ଓ ବିଦେଶ ନୀତି ଉପରେ ପଡ଼ିବ ।

ନାଟ୍ଟୋ ଦେଶ ମାନଙ୍କର ମୁଖ୍ୟ ଚିନ୍ତା ଚୀନ୍ ର ବଢୁଥିବା ଅକ୍ରମାକ ସୈନ୍ୟ ଗତିବିଧି । ଗୋଟିଏ ସୈନ୍ୟ ସଂଗଠନ କୁ ନେଇ ଚୀନ୍ ର ସ୍ଵଭାବ ନାଟ୍ଟୋ ଦେଶ ମାନଙ୍କର ମୁଣ୍ଡ ବିନ୍ଧାର କାରଣ । ନାଟ୍ଟୋ ର ନେତା ମାନଙ୍କୁ ଲାଗୁଛି ଚୀନ୍ ପାଇଁ ବିପଦ ବଢ଼ି ଯାଇଛି । ନାଟ୍ଟୋ ଦେଶ ମାନଙ୍କୁ ଲାଗୁଛି ଚୀନ୍ ଲଗାତାର ନିଜର ପରମାଣୁ ଶକ୍ତି ବଢାଇ ଚାଲିଛି । ତା ସହିତ ଆମେରିକା ପରେ ବିଶ୍ଵର ଦ୍ଵିତୀୟ ଆର୍ଥିକ ଶକ୍ତି ହୋଇଛି । ଗରିବ ରାଷ୍ଟ୍ର ମାନଙ୍କୁ ଆର୍ଥିକ ସହାୟତା ଦେଇ ନିଜ ଅକ୍ତିଆର ରେ ରଖିଚି ।

Nalco

Comments are closed.