Odisha news

ଚୀନରେ ଉଇଗର ମୁସଲମାନ ମହିଳାଙ୍କର ଜବରଦସ୍ତି କରାଯାଉଛି ବନ୍ଧ୍ୟାକରଣ

0

ନୂଆଦିଲ୍ଲୀ : ଚୀନ କେବଳ ଦୁନିଆର ଅନ୍ୟ ଦେଶମାନଙ୍କୁ ହଇରାଣ କରୁନାହିଁ ,ସେ ନିଜ ଦେଶରେ ରହୁଥିବା ଅନ୍ୟ ଧର୍ମର ଲୋକମାନଙ୍କ ଉପରେ ମଧ୍ୟ ଅତ୍ୟାଚାର କରୁଛି l ଗୋଟିଏ ବ୍ରିଟିଶ ଗଣମାଧ୍ୟମ ୱେବ ସାଇଡ ଖବରରେ ବାହାରିଛି ଯେ ଚୀନର ସିଂଜିୟାଙ୍ଗ ରାଜ୍ୟରେ ରହୁଥିବା ଉଇଗର ମୁସଲମାନ ମାନଙ୍କର ଜନ୍ମଦର କମିଛି l କିନ୍ତୁ ଚୀନ ଏହି କଥାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ l ଏହା ମଧ୍ୟ ସୂଚନା ମିଳିଛି ଯେ ଡିଟେନ୍ସନ୍ ସେଣ୍ଟରରେ ଉଇଗର ମୁସଲମାନ ମହିଳା ମାନଙ୍କର ଗର୍ଭପାତ କରୁଛି କିମ୍ବା ଜନ୍ମ ନିୟନ୍ତ୍ରଣ ଅପରେସନ କରାଉଛି l ବ୍ରିଟିଶ ଗଣମାଧ୍ୟମ ଡେଲି ମେଲ ଅନୁସାରେ ଏହି ସୂଚନା ଦିଆଯାଇଛି l

ପୂର୍ବରୁ ଚୀନର ଗୋଟିଏ ବିଶେଷ ସୂତ୍ରରୁ କୁହାଯାଇଥିଲା ଯେ ଉଇଗର ମୁସଲମାନଙ୍କର ଜନସଂଖ୍ୟା ବଢ଼ିବାରେ ଲାଗିଛି l କିନ୍ତୁ ଉଇଗର ମାନେ କହୁଛନ୍ତି ଯେ ଆମେ ଆମ ପତ୍ନୀ ମାନଙ୍କର ଜବରଦସ୍ତ ଗର୍ଭପାତ କରୁଛୁ କାହିଁକି ନା ଉଇଗର ମୁସଲମାନଙ୍କ ଜନସଂଖ୍ୟା କମିଯିବ l ଚୀନର କମ୍ୟୁନିଷ୍ଟ ପାର୍ଟି ସରକାର ଆମେରିକାର ନିୟୁଜ ଚ୍ୟାନେଲ CNN କୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ସିଂଜୀୟାଙ୍ଗ ଅଂଚଳରେ ୨୦୧୭ ରୁ ୨୦୧୮ ମଧ୍ୟରେ ଜନ୍ମ ହାର କମିଛି l ସୂଚନା ଅନୁସାରେ ପାଖାପାଖି ୧୦ ଲକ୍ଷ ଉଇଗର ମୁସଲମାନ ଡିଟେନ୍ସନ୍ କ୍ୟାମ୍ପରେ ବନ୍ଦ ହୋଇ ରହିଛନ୍ତି l ଆରୋପ ଲଗାଯାଇଛି ଯେ ଚୀନର ଏହି ଡିଟେନ୍ସନ୍ କ୍ୟାମ୍ପରେ ଉଇଗର ମୁସଲମାନଙ୍କ ଜନସଂଖ୍ୟା କମ କରିବା ପାଇଁ ଜବରଦସ୍ତି ଗର୍ଭପାତ ଓ ଅପରେସନ କର ଯାଉଛି l

ଚୀନ ଦୁନିଆକୁ ଦେଖାଇବା ପାଇଁ ଏହି କ୍ୟାମ୍ପର ନାଁ ଭୋକେଶନାଲ ସ୍କିଲ ସେଣ୍ଟର ରଖ ଯାଇଛି l ସେଠାକାର କିଛି ଡାକ୍ତର ମଧ୍ୟ ଏହି ବିଷୟରେ ସୂଚନା ଦେଇଛନ୍ତି l ଉଇଗର ମୁସଲମାନ ମାନେ ମଧ୍ୟ ଏସିଆରେ ନିଜର ସଂକୃତିକ ଓ ଭାଷା ସମ୍ବଧୀୟ ବିଶେଷ ଗୁଣ ପାଇଁ ପରିଚିତ l ଚୀନ ସରକାର ଚାହୁଁଚି ଯେ ସିଂଜୀୟାନ ଅଂଚଳରେ ଅଧିକ ସଂକ୍ଷକ ହାନ ସମ୍ପ୍ରଦାୟ ଯାଇ ବସବାସ କରନ୍ତୁ l ଚୀନର ଏହି ପ୍ରୟାସ ୧୯୪୯ ରୁ ଜାରି ରହିଛି l ଉଇଗର ମାନେ ଅଧିକାଂଶ ସମୟ ହାନ ସମୁଦାୟର ବଢୁଥିବା ଜନସଂଖ୍ୟା ଓ ସରକାରଙ୍କ ଦ୍ୱାରା ଲଗାଯାଇଥିବା ଧାର୍ମିକ ଓ ସାଂସ୍କୃତିକ ପ୍ରତିବନ୍ଧକକୁ ବିରୋଧ କରିଛନ୍ତି l ତିବତ ଭଳି ଚୀନର ସିଂଜୀୟାଙ୍ଗ ଅଂଚଳ ଚୀନ ରାଜନୀତିରେ ଗୋଟିଏ ସମ୍ବେଦନଶିଳ ଅଞ୍ଚଳ ଅଟେ l

Leave A Reply