Odisha news

OMICRON ନିକଟରୁ ନିଜ ଶିଶୁକୁ ଏହିଭଳି ରକ୍ଷା କରନ୍ତୁ,ଏଭଳି ଭାବରେ ତାଙ୍କର ଇମ୍ୟୁନିଟି ବଢ଼ାନ୍ତୁ

0

ଭାରତରେ କରୋନା ର ଦ୍ଵିତୀୟ ଲହର ଲୋକ ମାନଙ୍କ ମଧ୍ୟରେ ଏଭଳି ଭୟ ସୃଷ୍ଟି କରିଥିଲା ଯାହା ଆମ ମାନଙ୍କ ପାଇଁ ବର୍ତମାନ ମଧ୍ୟ ଭୁଲିବା କଷ୍ଟକର l ବର୍ତମାନ ସମସ୍ତଙ୍କ ମଧ୍ୟରେ କରୋନା ର ତୃତୀୟ ଲହର କୁ ନେଇ ଆହୁରି ଭୟ ଜାଗ୍ରତ ହୋଇଛି l କିନ୍ତୁ ଲୋକମାନେ ପୂର୍ବ ଅପେକ୍ଷା ଅଧିକ ସଚେତନ ହୋଇ ଯାଇଛନ୍ତି l ଏହି ସମୟରେ ଚିକିତ୍ସକ ମାନେ ମତ ଦେଇଛନ୍ତି ଯେ ଛୋଟ ପିଲା ମାନଙ୍କ ପାଇଁ ବିଶେଷ ଭାବରେ ଜାଗ୍ରତ ରହିବା ଆବଶ୍ୟକ l କାରଣ ଛୋଟ ପିଲା ମାନଙ୍କ ପାଇଁ ବର୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ବାହାରି ନାହିଁ l ତେଣୁ ସର୍ବ ପ୍ରଥମେ ପିଲା ମାନଙ୍କର ଇମ୍ୟୁନିଟି ବଢାଇବା ଆବଶ୍ୟକ l ସେଥିପାଇଁ କିଛିଟା କଥାକୁ ଧ୍ୟାନ ଦିଅନ୍ତୁ l

* ହେଲଦି ବ୍ରେକଫାଷ୍ଟ : ସର୍ବ ପ୍ରଥମେ ନିଜ ପିଲାଙ୍କୁ ସକାଳ ଭୋଜନରେ ସ୍ୱାସ୍ଥ୍ୟକର ଖାଦ୍ୟ ଦିଅନ୍ତୁ l ବିଶେଷ ଭାବରେ ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ହିଁ ଖାଇବାକୁ ଦେବା ଆବଶ୍ୟକ l ଯେପରିକି ଘରେ ପ୍ରସ୍ତୁତ ହେଉଥିବା ଉପମା, ରୁଟି ଘିଅ ଓ ଗୁଡ଼, ହାଲୁଆ, ଭେଜିଟେବୁଲ ଉପମା ଇତ୍ୟାଦି ଖାଇବାକୁ ଦିଅନ୍ତୁ l ଯଦି ଆପଣଙ୍କ ଶିଶୁ ଆମିଷ ଖାଉ ଥିବ ତେବେ ସିଝା ଅଣ୍ଡା ମଧ୍ୟ ପ୍ରତିଦିନ ଗୋଟିଏ ଲେଖାଏଁ ଦେଇ ପାରିବେ l ତା ସହିତ ଦୁଗ୍ଧ ଜାତୀୟ ଜିନିଷ ଖାଇବାକୁ ଦେଇ ପାରିବେ l

* ମଧ୍ୟାହ୍ନ ଭୋଜନ : ମଧ୍ୟାହ୍ନ ଭୋଜନରେ ବିଶେଷ ଭାବରେ ଆମ ଭାରତୀୟ ଖାଦ୍ୟ ଭାତ , ଡାଲି, ବିଭିନ୍ନ ପନିପରିବା ରେ ପ୍ରସ୍ତୁତ ତରକାରୀ, ଦେଶୀ ମାଛ , ଦହି ସହିତ ସୈନ୍ଧବ ଲବଣ ଇତ୍ୟାଦି ନିୟମିତ ଖାଇବାକୁ ଦିଅନ୍ତୁ l ବିଶେଷ କରି ଭାତ ନିହାତି ଖାଇବାକୁ ଦିଅନ୍ତୁ l କାରଣ ଏଥିରେ ରହିଛି ଭିଟାମିନ ସି, ଯାହାକୁ ଖାଇବା ଦ୍ୱାରା ପିଲା ମାନଙ୍କର ଚିଡିଚିଡା ମନୋଭାବ ଦୂର ହୋଇଥାଏ l

* ସିଜନାଲ ଫଳ ଓ ପନିପରିବା : ପିଲା ମାନଙ୍କର ଇମ୍ୟୁନିଟି କୁ ମଜବୁତ କରିବା ପାଇଁ ସେମାନଙ୍କୁ ବିଭିନ୍ନ ଋତୁରେ ମିଳୁଥିବା ବିଭିନ୍ନ ପନିପରିବା ନିହାତି ଭାବରେ ଖାଇବାକୁ ଦେବା ଆବଶ୍ୟକ l ଏହାଦ୍ୱାରା ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ l ଶୀତଋତୁରେ ଆପଣ ସେଓ, ଡାଳିମ୍ବ, ପିଜୁଳି, କମଳା,ଗାଜର, ମଟର, ବ୍ରକୋଲି ଇତ୍ୟାଦି ନିହାତି ଖାଇବା ଉଚିତ l ଏଭଳି ଫଳ ଓ ପରିବା ପିଲା ମାନଙ୍କର ଇମ୍ୟୁନିଟି ବଢାଇବା ସହିତ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ l

* ଶାରୀରିକ ଭାବରେ ସକ୍ରିୟ ରଖନ୍ତୁ : ପ୍ରତିଦିନ ଆପଣଙ୍କ ପିଲାକୁ ଖେଳାଖେଳି ଓ ଅନ୍ୟାନ୍ୟ ଫିଜିକାଲ ଆକ୍ଟିଭିଟି କରିବାକୁ ପରାମର୍ଶ ଦିଅନ୍ତୁ l ଏହା ତାଙ୍କୁ ସୁସ୍ଥ ରଖିବା ସହିତ ବିଭିନ ପ୍ରକାର ଏଲର୍ଜୀ ଠାରୁ ରକ୍ଷା କରିଥାଏ l

Leave A Reply