Odisha news

କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ

0

ଛତ୍ରପୁର ୨୮/୧୦:  ସାମ୍ପ୍ରତିକ ସମୟରେ ଓଡିଶାରେ କୋଭିଡ ମହାମାରୀ ମୁକାବିଲା ସମୟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ପ୍ରକୃତରେ ଜଣେ ଜଣେ ଯୋଦ୍ଧା। ମହାମାରୀ ସମୟରେ ପୋଲିସ, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କ  ଭଳି ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗେଇ ଯେଉଁଭଳି କାର୍ଯ୍ୟ କରିଥିଲେ ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କହିଛନ୍ତି।

ଆଜି ଛତ୍ରପୁର ଠାରେ ଶିକ୍ଷା ଏଡୁଲିଙ୍କସ ପ୍ରା ଲିଃ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମାନାର୍ଥେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବେହେରା ଛତ୍ରପୁରରେ କାର୍ଯ୍ୟ କରୁଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାସ୍କ, ସାନିଟାଇଜର ଓ ସୁରକ୍ଷା ଉପକରଣ ପ୍ରଦାନ କରିଥିଲେ। ଶିକ୍ଷା ଏଡୁଲିଙ୍କସର ନିର୍ଦ୍ଦେଶିକା ତଥା ଛତ୍ରପୁର ରୋଟାରୀ କ୍ଳବ ସଭାନେତ୍ରୀ ଏସ. ରେଖା ମହାନ୍ତି କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଆଗମନ ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକ ସଜାଗ ରହିବାକୁ ଅନୁରୋଧ କରିଥିଲେ।

Leave A Reply