Odisha news

ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଠାରେ ନୂଆ -ଓ କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସବ

0
ଛତ୍ରପୁର, ୧୯।୧୨:   ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଠାରେ ନୂଆ -ଓ କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରିଥିଲେ ମାନ୍ୟବର ବିଧାୟକ ସୁବାସ ଚନ୍ଦ୍ର ବେହେରା , ସମ୍ମାନିତ ଅତିଥି ପୂର୍ବତନ ଆଞ୍ଚଳିକ ନିର୍ଦେଶକ  ଡ଼ଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଫିସର  ରାଧାକୃଷ୍ଣ ରାମ, ଖ୍ୟାତନାମା ଭାର ଉତ୍ତୋଳନକାରୀଣି  ପ୍ରମିଳା କ୍ରିଶାନି , ଉଚ୍ଚ ମାଧ୍ୟମିକ ପରିଷଦର ନୂଆ – ଓ ନୋଡାଲ ଅଫିସର ଦୁର୍ଗାବାଳା ଟୁଡୁ, ଆଜିର ଏହି କାର୍ଯ୍ୟକ୍ରମର ସଂଯୋଜିକା ଡ଼ଃ ପିଙ୍କି ରାଣୀ ଦେଇ ଯୋଗଦାନ କରିଥିଲେ | କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ସାଂସ୍କୃତିକ ବିଭାଗର ସଂଯୋଜକ ଡଃ ଲକ୍ଷ୍ମୀ ନାରାୟଣ ସାହୁ, ଡଃ ବିଷ୍ଣୁ ପ୍ରସାଦ କର, ଡଃ ମିଲିମିତା ପାଢ଼ୀ, ଡଃ ଆରତୀ କୁମାରୀ ପଣ୍ଡା, କ୍ରୀଡା ବିଭାଗର ସଂଯୋଜକ ଡଃ ଅଜିତ କୁମାର ସେଠି, ବିଷ୍ଣୁ ଚରଣ ବେହେରା, ପ୍ରଭାକର ପାଢ଼ୀ, ସନ୍ତୋଷ ବେହେରା, ସାମାଜିକ ସଚେତନତା ବିଭାଗର ସଂଯୋଜକ ବାଦଲ ସାହୁ, ସସ୍ମିତା ବେହେରା, ଆରତୀ ଦୀକ୍ଷିତ, ଏବଂ ଡଃ ତରୁଣ କୁମାର ସାହୁ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ |ମହାବିଦ୍ୟାଳୟର ଅନ୍ୟାନ୍ୟ ସହକର୍ମୀମାନେ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହଯୋଗ କରିଥିଲେ |
IEC 2 years
Leave A Reply