ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ଆନୁକୂଲ୍ୟ ରେ : ଓକିଲ ସଂଘର ସଭାଗୃହ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ
ଛତ୍ରପୁର,୧ ।୧୧ : ଛତ୍ରପୁର ଓକିଲ ସଂଘର ପୁରାତନ ଗୃହ ପରିସରରେ ଓକିଲ ମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ଆନୁକୁଲ୍ୟରେ ଏକ ଗୋଷ୍ଠୀ କେନ୍ଦ୍ର(ସଭା ଗୃହ )ନିର୍ମାଣ ଲାଗି ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ବୁଧବାର ଅପରାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଉକ୍ତ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ନମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଗୋଷ୍ଠୀ କେନ୍ଦ ବ୍ଲକ ପକ୍ଷରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ଏହା ଦ୍ୱାରା ଓକିଲ ମାନେ ବିଭିନ୍ନ ସଭା ସମିତି କରିପାରିବେ । ଏହି ଅବସରରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସଂପାଦକ ଏଲ. ଗୋପାଳ ରାଓ, ଉପ ସଭାପତି ପ୍ରମୋଦ କୁମାର ପୁରୋହିତ, କୋଷାଧ୍ୟକ୍ଷ ଅନାମ ପ୍ରଧାନ, ଜିତୁନ ପାଢୀ, ଟି. ମୋହନ ରେଡ୍ଡୀ, ବରିଷ୍ଠ ଆଇନଜିବୀ ସୁର୍ଯ୍ୟ ନାରାୟଣ ସାମନ୍ତରାୟ, କୃଷ୍ଣ ଚନ୍ଦ୍ର ମିଶ୍ର, ଅଶୋକ କୁମାର ଚୌଧୂରୀ, ରାମ କୃଷ୍ଣ ଦାଶ, ସିମାଂଚଳ ମହାପାତ୍ର,ବି ସୁଦାମ,ସରକାରୀ ଓକିଲ ସୁରେଶ ପଣ୍ଡା, ଭୈରବୀ ପଟ୍ଟନାୟକ, ପ୍ରଦୀପ ପାତ୍ର, ଡମିନାଥ ସାହୁ ଓ କାଳୀ ପ୍ରସାଦ ଦାଶ ଙ୍କ ସମେତ ଓକିଲ ସଂଘର ବହୁ ସଦସ୍ୟ/ସଦସ୍ୟା ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ସଂଘ ପକ୍ଷରୁ ଗତ ଅଗଷ୍ଟ ୨୫ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘର ଏକ ସଭା ଗୃହ ନିର୍ମାଣ ନିମନ୍ତେ ସେତେବେଳର ୫ ଟି ସଚିବ ତଥା ବର୍ତ୍ତମାନ ର ୫ ଟି ଅଧ୍ୟକ୍ଷଙ୍କୁ ଛତ୍ରପୁର ଠାରେ ଭେଟି ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରେ ୪ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି ।