Odisha news

କଣମଣା ଠାରେ ବାତ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ

0

ଛତ୍ରପୁର ୧୯/୬ : ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସୋମବାର ଗଞ୍ଜାମ ଜିଲ୍ଲାର ଥିବା ସମୁଦାୟ ୧୦୪ ଟି ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ସାମୁହିକ ଅଭ୍ୟାସ (ମକ୍ ଡ୍ରିଲ ) କରାଯାଇଛି । ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆମେ କେତେ ପ୍ରସ୍ତୁତ ରହିଛୁ ସେ ସଂକ୍ରାନ୍ତରେ ଆଜି ଜିଲ୍ଲାର ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ମକ୍‌ଡ୍ରିଲ୍ ଅନୁଷ୍ଠିତର ମୁଖ୍ୟ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ସାମୁହିକ ଅଭ୍ୟାସ (ମକଡ୍ରିଲ) ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଫାୟାର ଅଫିସର ଶିଶିର କାନ୍ତ ସିଂ ଙ୍କ ନେତୃତ୍ୱରେ ଫାୟାର କର୍ମଚାରୀ ମାନେ ବାତ୍ୟା ଓ ବନ୍ୟାକୁ କିପରି ମୁକାବିଲା କରାଯିବ ଓ ଧନ ଜୀବନକୁ ସୁରକ୍ଷା କରାଯାଇପାରିବ ସେନେଇ ଏକ ଅଭ୍ୟାସ (ମକଡ୍ରିଲ) କରିଥିଲେ । ଆକସ୍ମିକ ଭାବେ ନିଆଁ ଲାଗିଲେ କିପରି ନିଆଁକୁ ଆୟତ୍ତ କରିବା, ଉଚ୍ଚ ସ୍ଥାନରେ ଥିବା ବ୍ୟକ୍ତି ଏବଂ ଦିବ୍ୟାଙ୍ଗ କୁ କିପରି ସୁରକ୍ଷାର ସହିତ ଉଦ୍ଧାର କରିବା ସେନେଇ ଏକ ଡେମୋ ଦେଖାଇଥିଲେ । ଏହି ଅବସରରେ ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ , ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ସ୍ମୃତି ଶୂଭ ଦର୍ଶନୀ ସାହୁ , କଣମଣା ସରପଂଚ ବି. ଦମୟନ୍ତି ପାତ୍ର, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌. ଚକ୍ରପାଣି ରେଡ୍ଡୀ, କଣମଣା ବାତ୍ୟା ଆଶ୍ରୟସ୍ଥଳୀର ସମ୍ପାଦକ ଚନ୍ଦନ ବେହେରା, ଜନାର୍ଦ୍ଦନସ୍ୱାଇଁ ଙ୍କ ସମେତ ଅଙ୍ଗନବାଡି, ଆଶା, ପଂଚାୟତର ବହୁ ଜନସାଧାରଣ ଓ ସ୍ୱୟଂ ସିଦ୍ଧାର ସଦସ୍ୟା ମାନେ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରାଯିବ ସେଥି ନିମନ୍ତେ ତାଲିମ ନେଇଥିଲେ ।

Leave A Reply