Odisha news

ରୋଗୀକଲ୍ୟଣ ସମିତିର କାର୍ଯ୍ୟକାରିଣୀ କମିଟି ବୈଠକ

0

ଛତ୍ରପୁର ୨୨/୨ : ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ର କାର୍ଯ୍ୟକାରିଣୀ କମିଟିର ବୈଠକ ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟ ପାଚେରୀ କୁ ଆହୁରୀ ଉଚ୍ଚତା କରାଯିବ । ଚିକିତ୍ସାଳୟ ବାହାରେ ପାକିଂ ବ୍ୟବସ୍ଥା କରାଯିବ, ଅପେକ୍ଷା ଗୃହ, କେବିନର ମରାମତି ସମେତ ଚିକିତ୍ସାଳୟରେ ପୂର୍ତ୍ତବିଭାଗ ପକ୍ଷରୁ ଚାଲିଥିବା ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷକରିବାକୁ ସେ ପରାମର୍ଶ ଦେଇଥିଲେ । ଚିକିତ୍ସାଳୟ କୁ ଅଧିକ ସୈାଦର୍ଯ୍ୟକରଣ କରିବା ନିମନ୍ତେ ପୂର୍ତ୍ତ ବିଭାଗ, ଜନ ଓ ସ୍ୱାସ୍ଥ୍ୟ ବିଭାଗ ଓ ଛତ୍ରପୁର ଏନଏସି ମିଳିତ ସମନ୍ୱୟରେ ସମସ୍ତ କାର୍ଯ୍ୟ କରାଯିବ । ଚିକିତ୍ସାଳୟ ପରିସରର ନିୟମିତ ସଫା ସୁତରା ରଖିବା ସହ କୋଭିଡ -୧୯ ନିୟମ ମାନିବାକୁ ମଧ୍ୟ ଉପଜିଲ୍ଲାପାଳ କହିଥିଲେ ।

ମଙ୍ଗଳବାର ଛତ୍ରପୁର ଉପଜିଲ୍ଲାପାଳଙ୍କ ସମେତ କମିଟିର ସମସ୍ତ ସଦସ୍ୟ ମାନେ ଚିକିତ୍ସାଳୟ ପରିଦର୍ଶନ କରି ଆବଶ୍ୟକତା ଥିବା ବିଭିନ୍ନ କାର୍ଯ୍ୟ ନିମନ୍ତେ ଅନୁଧ୍ୟାନ କରିବାକୁ ସ୍ଥିର କରାଯାଇଛି । ପ୍ରାରମ୍ଭରେ ଚିକିତ୍ସାଳୟର ଅଧିକ୍ଷୀକ ପ୍ରଫୁଲ ଚନ୍ଦ୍ର ଗୈାଡ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆବଶ୍ୟକତା ଥିବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ହସ୍ପିଟାଲ ମ୍ୟାନଜର ସନ୍ତୋଷ କୁମାର ପଣ୍ଡା ଗତ ବୈଠକ ଓ ଆଜିର ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଟି.ଲୋକେଶ, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଅଧିକାରୀ ଡମ୍ବୁରଧର ନାୟକ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ, ଛତ୍ରପୁର ବ୍ଲକ ଶିକ୍ଷାଅଧିକାରୀ ଅବିନାଶ ଶତପଥୀ, ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ଇଂ.ରାଜ କିଶୋର ବଲ୍ଲଭ, ଜିଇଡି ର କନିଷ୍ଠ ଯନ୍ତ୍ରୀ ପଙ୍କଜ ରଣା, ଛତ୍ରପୁର ସିଡିପିଓଙ୍କ କାର୍ଯ୍ୟାଳୟର ସୁପରଭାଇଜର କେ.ଅନୀତା , ରୋଗୀ କଲ୍ୟାଣସମିତିର ସଭ୍ୟ ବସନ୍ତ କୁମାର ମହାରଣା ଓ କୃପାସିନ୍ଧୁ ପଣ୍ଡା, ହେଲ୍ପ ଡେସ୍କର ମ୍ୟାନଜର ଜିତେନ୍ଦ୍ର ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply