Odisha news

ମାଟି ଖୋଳୁ ଖୋଳୁ ବାହାରିଲେ ଶିବଲିଙ୍ଗ : ସ୍ଥାନୀୟ ଅଂଚଳରେ ଭକ୍ତି ମୟ ପରିବେଶ

0

ଛତ୍ରପୁର : ଓଡିଆ ଢଗ ଢମାଳିରେ ଏକ  କଥା ଅଛି  “ଆଳୁ ଖୋଳୁ ଖୋଳୁ  ମହାଦେବ” । ତେବେ ଏହି  କଥା ଟି ବାସ୍ତବରେ  ରୂପାୟନ  ହୋଇଛି ଗଂଜାମ ଜିଲ୍ଲାର ସଦରମହକୁମା  ଛତ୍ରପୁର ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟର ଚନ୍ଦ୍ରପଦା ଗ୍ରାମରେ । ଚନ୍ଦ୍ରପଦା  ଗାଁରେ  ପବିତ୍ର କାର୍ତ୍ତିକ  ମାସର ସୋମାବର ରେ ଏକ ଅଲୋକିକ ଘଟଣା  ଦେଖିବାକୁ ମିଳିଛି ।   ପରିତ୍ୟକ୍ତ ଭାବେ ପଡିଥିବା ପଡିଆରୁ ମାଟି ଖୋଳୁ ଖୋଳୁ  ହଠାତ୍ ଶିବଲିଙ୍ଗ  ଆବିର୍ଭାବ ହୋଇଛନ୍ତି ।   ପ୍ରାପ୍ତ ସୂଚନା  ଅନୁସାରେ କିଛି ଦିନ ତଳେ ଚନ୍ଦ୍ରପଦା ଗ୍ରାମର ପ୍ରଥମେ ଦାମଦୋର ପ୍ରଧାନଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ସଂପୃକ୍ତ ବ୍ୟକ୍ତିଙ୍କର କଥାକୁ କେହି  ବିଶ୍ୱାସ କରିନଥିଲେ ।

ପରେ ଅନନ୍ତ ପ୍ରଧାନ , ଗଣେଶ ପ୍ରଧାନ ଓ ନବୀନ ପ୍ରଧାନଙ୍କୁ ସ୍ୱପ୍ନାଦେଶ ହୋଇଥିଲେ ।    ହେଲେ ଆଜି ଉକ୍ତ ସ୍ଥାନରେ  ଚନ୍ଦନ  ଚନ୍ଦନ ବାସ୍ନା ହେବାରୁ  ଏହି ଚାରିଜଣଙ୍କ ସମେତ  ଗ୍ରାମର କିଛି ଯୁବକ ସେହି ସ୍ଥାନରେ  ଖୋଳିବା ଆରମ୍ଭ କରିଥିଲେ । ଆଉ କିଛି ସମୟ ଖୋଲିବା ପରେ  ହଠାତ୍  ଚନ୍ଦନ ପ୍ରଲୋପିତ ହୋଇଥିବା ଶିବ ଲିଙ୍ଗ ଆବିର୍ଭାବ ହୋଇଥିଲେ  । ପରେ  ଗାଁ ଲୋକଙ୍କୁ କିଛି  ଯୁବକ ଖବର ଦେବାରୁ ସମସ୍ତେ  ଏକତ୍ରିତ ହୋଇ  ଅଧିକ  ଖୋଳାଖୋଳି କରିଥିଲେ । ପରେ ପାତାଳୀ  ମୂର୍ତ୍ତି ଦେଖିବାକୁ ମିଳିଥିଲା ।

ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାରରେ  ଏଭଳି ଘଟଣା ଘଟିଥିବାରୁ  ମହାଦେବଙ୍କ ଲୀଳା ବୋଲି ଗ୍ରାମବାସୀ ମାନେ କହିଛନ୍ତି ।   ଉକ୍ତ ସ୍ଥାନରେ  ଏବେ ଭକ୍ତଙ୍କ ସୁଅ ଛୁଟିଛି । ଗାଁର କୁନି କୁନି ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ମହିଳା ମାନେ ଉକ୍ତ ସ୍ଥାନକୁ ଦର୍ଶନ କରି  ଆବିର୍ଭାବ ଶିବଲିଙ୍ଗ କୁ ପୂଜାର୍ଚ୍ଚନା କରିବା ସହ ମହିଳାମାନଙ୍କ ହୁଳି ହୁଳି ଓ  ପୂଜା ଫଳରେ ସେଠା ଭକ୍ତମୟ ପରିବେଶ  ସୃଷ୍ଟିହୋଇଛି ।

Leave A Reply