ଛତ୍ରପୁର ୨୫/୯; ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା କୃଷି ବିଲ୍ ବିରୋଧରେ ଦେଶବ୍ୟାପୀ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ବନ୍ଦ ଡାକରା ଦେଇଛନ୍ତି । ଏହାକୁ ସମର୍ଥନ ଜଣାଇ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଚାଷୀ ସଂଗଠନ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି
ଠିକା ବିଲ୍ କାର୍ଯ୍ୟକାରୀ ହେଲେ ଗରୀବ ଚାଷୀଙ୍କ ଜମି ଧୀରେ ଧୀରେ କମ୍ପାନୀ ପାଖକୁ ଚାଲିଯିବ ଏଣୁ ଏହି ବିଲ୍ କୁ ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ଭାଗଚାଷି ଆଇନ କାର୍ଯ୍ୟକାରୀ କରାଯାଉ ,ଚାଷୀଙ୍କ ଜମିକୁ ସୁରକ୍ଷା ଦିଆଯାଉ,ଅତ୍ୟାବଶ୍ୟକ ପଦାର୍ଥ,ଗହମ,ଡାଲି,ଚାଉଳ,ତେଲ ଆଦି ସରକାରଙ୍କ ନିୟନ୍ତ୍ରଣ ରେ ନ ରହିଲେ କଳା ବଜାରି କରି ସବୁ ପଦାର୍ଥ ର ମୁଲ୍ୟ ବଢାଇ ଖାଉଟିଙ୍କୁ ଶୋଷଣ କରାଯିବ ।
ଏଣୁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବିଲ୍ ପ୍ରତ୍ୟାହାର କରିବା ନିମନ୍ତେ ଏହି ଦାବିପତ୍ର ରେ ଦର୍ଶାଯାଇଛି । ଏହା ସହ ଗଂଜାମ ଜିଲ୍ଲାରେ ଧାନମଣ୍ଡି ଥାଇ ସୁଦ୍ଧା ୭୦ ଭାଗ ଚାଷୀଙ୍କ ଧାନ ସରକାର କିଣୁନଥିବାରୁ ଚାଷି ମଧ୍ୟସ୍ଥି ଦଲାଲ ମାନଙ୍କୁ ବିକି କୋଟି କୋଟି ଟଙ୍କା ର କ୍ଷତି ସହୁଛନ୍ତି । ଏହି ଆଇନ ଲାଗୁ ହେଲେ ବ୍ୟାପାରୀ ଓ କମ୍ପାନୀମାନଙ୍କ ଦ୍ୱାରା ବଜାର କଣ୍ଟ୍ରୋଲ ହେବ । ଗଞ୍ଜାମ ଜିଲ୍ଲାରେ ବର୍ଷା ଅଭାବରୁ ତଳି ପୋଡି ଜମି ପଡିଆ ହୋଇଥିବାରୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦେବା ସଙ୍ଗେ ସଙ୍ଗେ ସବୁ ଜମିକୁ ଜଳସେଚନର ସୁବିଧା କରାଇବା ନିମନ୍ତେ ଉକ୍ତ ଦାବୀପତ୍ର ରେ ମଧ୍ୟ ଉଲ୍ଲେଖ ରହିଛି । ଏହି ଦାବିପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସିମାଂଚଳ ନାହାକ, ପର୍ଶୁରାମ ଗୈାଡ, ଚାଷୀ ନେତା ଅବନୀ ମହାପାତ୍ର,କେଂଚୁ ଗୌଡ, ରାମ କୃଷ୍ଣ ମହାପାତ୍ର, ବୃନ୍ଦାବନ ଗୈାଡ, ମୋହନ ପଢିଆରୀ, ନରସିଂହ ଗୈାଡ, ଭୀମରେଡ୍ଡୀ, ଗୋପାଳ ନାୟକ, ରାମକୃଷ୍ଣ ମହାପାତ୍ରଙ୍କ ସମେତ ଚାଷୀ ଉପସ୍ଥିତ ଥିଲେ ।
