Odisha news

ସୁଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ କବିତା ଆସର         

0
ଛତ୍ରପୁର, ୨୪/୧୧:  ସ୍ଥାନୀୟ ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ   କାର୍ଯ୍ୟାଳୟ ପରିସର ରେ ଛତ୍ରପୁର ସୃଜନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ କବି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ   ମାସିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି l  ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୋମନାଥ ସାହୁ,  ଶୈଳବାଳା ପାଣିଗ୍ରାହୀ , ରୀତା ରଥ, ବାସନ୍ତି ସ୍ୱାଇଁ, ଯତିରାଜ ନାୟକ,  ବଳରାମ ପଲେଇ , ନରେନ୍ଦ୍ର ପଣ୍ଡା, ରାମଚନ୍ଦ୍ର ନନ୍ଦ,  ବିଜୟ କୁମାର ରାଉଳ, ଦୁର୍ଗା ଚରଣ ପଲେଇ,ମାଧବ ମହାପାତ୍ର, ରାମାନୁଜ ଦାସ, ଯୋଗ ଦେଇ ସ୍ୱରଚିତ କବିତା ପଠନ କରିଥିଲେ l କବିତା ଆସର ଓଡ଼ିଆ ଭାଷା ଓ ସଂସ୍କୃତିକୁ ଭଲପାଇବା ଦିଗରେ ନିଶ୍ଚିତଭାବେ ପ୍ରେରଣା ଯୋଗାଇବ ସେଥିରେ କୌଣସି ଦ୍ବିମତ ନାହିଁ ବୋଲି  ସଭାପତି ନିଜ ଅଭିଭାଷଣରେ ବ୍ୟକ୍ତ କରିଥିଲେ l
Govt
Leave A Reply