Odisha news

ଛତ୍ରପୁର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ 

0
ଛତ୍ରପୁର, ୨୪।୧୧:  ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିଅମ ଠାରେ ତିନିଦିନ ଧରି ଚାଲିଥିବା ଛତ୍ରପୁର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ରବିବାର ଉଦଯାପିତ ହୋଇଯାଇଛି l  ଏହି ଉଦଯାପନୀ ସମାରୋହ ରେ ଅତିଥି ଭାବେ ଖଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖେ ଉପରେ ଆଲୋକପାତ କରିବା ସହିତ  କୃଷି ଓ କୃଷକ ମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଥିବା କହିଥିଲେ l    ଛତ୍ରପୁର କୃଷି ଜିଲ୍ଲା ଅଧିକାରୀ କୁଳ ମଣି ବାରିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ମଲ୍ଲିକ ଓ ସହକାରୀ ଯନ୍ତ୍ରୀ ପ୍ରମିତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇ କୃଷି ଯନ୍ତ୍ରପାତି ଗୁଡିକ ରିହାତି ଦର ରେ ବିକ୍ରି କରିବା ପାଇଁ ଏହି ମେଳା ଆୟୋଜନ କରାଯାଇଥିବା ବୋଲି କହିଥିଲେ, ଏହି ଅବସର ରେ ୨୬ଟି ଷ୍ଟଲ ଖୋଲାଯାଇଥିଲା, ୩ଦିନ ଧରି ପ୍ରାୟ ୮ଶହ ରୁ ଅଧିକା ଚାଷୀ ଏହି ମେଳା କୁ ଆସି ବିଭିନ୍ନ ବିଷୟରେ ଜାଣିବା ସହିତ କିଛି ଚାଷୀ ମଧ୍ୟ ଯନ୍ତ୍ରପାତି କିଣି ନେଇଥିଲେ

Leave A Reply