Odisha news

ଧରକୋଟର ନୂତନ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଉଦଘାଟନ     

0

ଛତ୍ରପୁର, ୯।୮: ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ  ଉଚ୍ଚ ଶିକ୍ଷା ର ବିକାଶ ନିମନ୍ତେ ଶୁକ୍ରବାର ରାଜ୍ୟର ୮ ଟି ଜିଲ୍ଲାର ୧୪ଗୋଟି ଉପାନ୍ତ /ସୀମାନ୍ତ ଅଂଚଳ ରେ   ନୂତନ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ର ଶୁଭ ଉଦଘାଟନ ହୋଇଛି,  ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଧରାକୋଟ ର ନୂତନ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ର ମଧ୍ୟ ଶୁଭ ଉଦଘାଟନ ହୋଇଯାଇଛି,  ଏହାକୁ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ  ଆଜି ଭିସି ମାଧ୍ୟମରେ ଉଦଘାଟନ କରିଛନ୍ତି, ଦିବ୍ୟ, ଭବ୍ୟ ଓ ବିଶେଷ କାର‌୍ୟ୍ୟକ୍ରମ,ଆଜି କ୍ରାନ୍ତି ଦିବସ ରେ ଶିକ୍ଷାର କ୍ରାନ୍ତି ନିଶ୍ଚୟ ଆସିବ, ଏ ସରକାର ଲୋକଙ୍କ ସରକାର ଏବଂ ଜନଭାଗିଦାରୀ ଙ୍କ ସରକାର ବୋଲି ସେ କହିବା ସହିତ  ପିଲା ମାନଙ୍କ ଉତ୍ତମ ଭବିଷ୍ୟତ ଗଢିବା ନିମନ୍ତେ ଉଚ୍ଚ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି, ଡ୍ରପ ଆଉଟ ପିଲା ମାନଂକୁ କିପରି ଶିକ୍ଷା ପ୍ରଦାନ କରାଯାଇ ପାରିବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ମହାବିଦ୍ୟାଳୟର ଭିତ୍ତି ଭୂମି ବିକାଶ ଉପରେ ଜିଲ୍ଲାପାଳ, ତହସିଲଦାର ଓ ବିଡ଼ିଓ ମାନେ ଗୁରତ୍ୱ ଦେବେ ବୋଲି ଆଲୋଚନା ହୋଇଥିଲା, ଉଦଘାଟନ ହୋଇଥିବା ମହାବିଦ୍ୟାଳୟ ର ପିଲାମାନଙ୍କ ଉତ୍ତମ ଭବିଷ୍ୟତ ମନ୍ତ୍ରୀ କାମନା କରିବା ସହିତ ପ୍ରଥମ ବ୍ୟାଚ କିପରି ଅଧିକ ସ୍ମରଣ ରହିବ ସେଥିପାଇଁ କାର୍ଯ୍ୟ କରନ୍ତୁ ବୋଲି ସେ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ, ଏହା କାର୍ଯ୍ୟକ୍ରମ ରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ଓସ୍ୱାନ ହଲ ଠାରେ ଭିସି ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ଯୋଡି ହୋଇଥିବା ବେଳେ ଭୁବନେଶ୍ୱର ଠାରେ ମନ୍ତ୍ରୀ ଙ୍କସମେତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ

Nalco
Leave A Reply