ଛତ୍ରପୁର, ୧୨/୬ : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମ ବଡତୋଟା ପଡିଆରେ ଛତ୍ରପୁର ରୋଟାରି କ୍ଲବ ଓ ଟାଟା ଷ୍ଟିଲର ମିଳିତ ଆନୁକୁଲ୍ୟରେ ମାଗଣା ପଶୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସରକାରୀ ପଶୁ ଚିକିତ୍ସାଳୟର ସହଯୋଗରେ ରୋଟାରି କ୍ଲବର ସଭାପତି ନୀରଞ୍ଜନ ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିପୁଳିଙ୍ଗୀ ସରପଂଚ ହୀନା ସେଠୀ, ରୋଟାରୀ କ୍ଲବର ପ୍ରକଳ୍ପ ନିର୍ଦେଶକ ପଦ୍ମ ଚରଣ ସାହୁ, ଛତ୍ରପୁର ଉପଖଣ୍ଡ ପଶୁ ଚିକିତ୍ସାଧିକାରୀ ଡା .ଦେବାନନ୍ଦ ପାତ୍ର, ଡେପୁଟି ଡାଇରେକ୍ଟର ଡା. ଶୁଭ୍ରକାନ୍ତ ମହାନ୍ତି, ଅବସରପ୍ରାପ୍ତ ଡେପୁଟି ଡାଇରେକ୍ଟର ପି. କେ. ପଟ୍ଟନାୟକ, ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଡା. ଏସ୍. ଏନ୍. ମହାନ୍ତି ଓ ଡା.ବନମାଳୀ ସାହୁ, ଡା.ମଧୁମିତା ସାହୁ, ତାପସ ରାୟ, ସ୍ୱେଚ୍ଛାସେବୀ ସୁରେଶ ଦାଶ, ଲକ୍ଷ୍ମଣ ସେଠୀ, ସଞ୍ଜୟ ନାହାକ ,ମୁନା ରେଡ୍ଡୀ, ଜି.ରଘୁନାଥ ରେଡ୍ଡୀ ଓ ରବି ସାହୁ ପ୍ରମୁଖ ଶିବିରରେ ଯୋଗଦେଇଥିଲେ । ଏହି ଅବସରରେ ଅଂଚଳର ଗୋପାଳକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ଯୋଗ ଦେଇଥିବା ପଶୁ ଡାକ୍ତର ମାନେ ୫ଶହ ରୁ ଅଧିକା ଗାଇ, ଛେଳି, ମେଣ୍ଢା ଓ ମଇଁଷି ମାନଙ୍କୁ ଚିକିତ୍ସା କରି ଆବଶ୍ୟକ ସେବା ଓ ମାଗଣାରେ ଔଷଧ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ରୋଟାରି କ୍ଲବର ସମସ୍ତ ସଭ୍ୟ ଓ ସଭ୍ୟା ମାନେ ପରିଚାଳନାରେ ସହଯୋଗ କରିଥିଲେ ।
