Odisha news

ରାଜ୍ୟରେ ମଦର ‘ହୋମ୍‌ ଡେଲିଭରି’ର ପ୍ରଚଳନ ଆରମ୍ଭ କଲେ ଛତିଶଗଡ଼ ସରକାର

0

ରାୟପୁର: ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ କାଳରେ ସମଗ୍ର ଦେଶରେ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର ନିଜ ରାଜ୍ୟବାସୀଙ୍କୁ ଏଥିରୁ ମୁକ୍ତି ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟରେ ମଦର ‘ହୋମ୍‌ ଡେଲିଭରି’ର ପ୍ରଚଳନ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ପୋଟାର୍ଲ ସହ ‘ସିଏସ୍‌ଏମ୍‌ସିଏଲ୍‌ ଅନ୍‌ଲାଇନ୍‌’ ନାମରେ ଏକ ମୋବାଇଲ ଆପ୍‌ର ମଧ୍ୟ ପ୍ରଚଳନ କରିଛନ୍ତି ଛତିଶଗଡ଼ ସରକାର।
ବିଦେଶୀ ମଦ କ୍ରୟ କରିବାକୁ ଚାହୁଁଥିବା ଛତିଶଗଡ଼ ରାଜ୍ୟର ବ୍ୟକ୍ତି ବିଶେଷମାନେ ନିଜ ଘରେ ରହି ଏହି ପୋର୍ଟାଲ କିମ୍ବା ଆପ୍‌ ଜରିଆରେ ଅନ୍‌ଲାଇନରେ ନିଜ ମୋବାଇଲ ନମ୍ବର ଓ ଆଧାର ନମ୍ବରକୁ ବ୍ୟବହାର କରି ମଦ ଅର୍ଡର କରିପାରିବେ। ଆଉ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସେମାନଙ୍କ ଘରେ ନେଇ ମଦର ‘ହୋମ୍‌ ଡେଲିଭରି’ କରି ଦିଆଯିବ। ତେବେ, ଜଣେ ବ୍ୟକ୍ତି ଏକକାଳୀନ ସର୍ବାଧିକ ୫୦୦୦ ମିଲିଲିଟରର ମଦ ଅର୍ଡର କରି ପାରିବା ସହ ‘ହୋମ୍‌ ଡେଲିଭରି’ ବାବଦରେ ମଦର ମୂଲ୍ୟ ସହ ଅତିରିକ୍ତ ୧୨୦ ଟଙ୍କାର ଦେୟ ପ୍ରଦାନ କରିବାକୁ ପଡ଼ିବ ବୋଲି କହିଛନ୍ତି ଛତିଶଗଡ଼ ସରକାରଙ୍କର ସୂଚନା ଓ ଲୋକସଂପର୍କ ଅଧିକାରୀ

ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ଭାଇରସର ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଦେଶରେ ଗତକାଲି (ମେ ୪) ଠାରୁ ଆସନ୍ତା ମେ ୧୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆରମ୍ଭ କରିଛନ୍ତି। ତେବେ, ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ମଧ୍ୟରେ ଗ୍ରୀନ୍‌ ଜୋନ୍‌ ମଧ୍ୟରେ ରହିଥିବା ମଦ ଦୋକାନଗୁଡ଼ିକୁ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି।
ତେବେ, ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆରମ୍ଭ ସହ ଗତ କାଲିଠାରୁ ଦେଶର ସମସ୍ତ ରାଜ୍ୟରେ ଗ୍ରୀନ୍‌ ଜୋନ୍‌ ମଧ୍ୟରେ ରହିଥିବା ମଦ ଦୋକାନଗୁଡ଼ିକ ଖୋଲିଯିବା ପରେ ମଦ ଦୋକାନଗୁଡ଼ିକ ସମ୍ମୁଖରେ ଅଭାବନୀୟ ପରିସ୍ଥିତି ଦେଖିବା ପାଇଁ ମିଳିଥିଲା। କେଉଁଠି ମଦ ଦୋକାନ ସମ୍ମୁଖରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୁଲିସକୁ ଲାଠିଚାଳନା କରିବାକୁ ପଡ଼ିଥିଲା ତ ଆଉ କେଉଁଠି ଲୋକମାନେ ସାମଜିକ ଦୂରତା ଭଙ୍ଗକରି ଖରାତରାରେ ମାଇଲ ମାଇଲ ବ୍ୟାପି ଲମ୍ବା ଲାଇନ୍‌ରେ ଠିଆ ହୋଇଥିଲେ।

Leave A Reply