ଭୁବନେଶ୍ୱର: ଆଉ ୩ କରୋନା ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ ଜଣେ କଟକର ଓ ଅନ୍ୟ ୨ ବାଲେଶ୍ୱରର। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକସମ୍ପର୍କ ପକ୍ଷରୁ ଟ୍ୱିଟ୍ କରାଯାଇଛି। କଟକରୁ ଯିଏ ଚିହ୍ନଟ ହୋଇଛନ୍ତି, ସେ ୩୪ ବର୍ଷର ଯୁବକ। ତାଙ୍କ ଘର ତିଗିରିଆ ଅଞ୍ଚଳରେ। ସେ କିଛି ଦିନ ତଳେ ସୁରତରୁ ଫେରିଥିଲେ। ସେହିପରି ବାଲେଶ୍ୱରର ୨ ଜଣ ଯାକ କୋଲକାତା ଫେରନ୍ତା। ବାଲେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୨୩ରେ ପହଞ୍ଚିଲା।
କଟକ ସହରରେ ଜଣେ ଆକ୍ରାନ୍ତ ହୋଇଥିଲେ। ପରେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। କଟକରେ ଅନେକ ଦିନ ଧରି ପଜିଟିଭ ନବାହାରିବାରୁ ଏହି ଜିଲ୍ଲା ଗ୍ରୀନ୍ ଜୋନ୍ରେ ରହିଥିଲା। ରାଜ୍ୟରେ ଏବେ ୧୧୨ ଆକ୍ଟିଭ କେଶ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।