Odisha news

ଚନ୍ଦ୍ରଭାଗା ଇକୋରି ଟ୍ରି ରାସ୍ତାରେ ଅଟୋ ଭିତରେ ଯୁବକର ସନ୍ଦେହ ଜନକ ମୃତ୍ୟୁ !

0
କୋଣାର୍କ : ବୁଧବାର ସନ୍ଧ୍ୟା ରେ ଚନ୍ଦ୍ରଭାଗା ଥାନା ଠାରୁ ୧କିମି ଦୂର ସାହୁଖଣତା ନିକଟସ୍ଥ ଇକୋରି ଟ୍ରି ରାସ୍ତା ନିକଟରେ ବନଦୁର୍ଗା ନାମକ ଏକ ଅଟୋ ଯାହାର ନମ୍ବର ଓଡ଼ି-୩୩-ଏକ୍ସ  ୮୯୪୩  ଦୀର୍ଘ ସମୟ ଧରି ରାସ୍ତା ଉପରେ ଠିଆ ହୋଇଥିଲା । ଯାହାକୁ କିଛି ମାଛ ଧରାଳି ଙ୍କ ସନ୍ଦେହ ହେବାରୁ ସେମାନେ ଉକ୍ତ ଅଟୋ ପାଖକୁ ଯାଇ ଦେଖନ୍ତି ଅଟୋର ଚାରି ପାଖ ବନ୍ଦ ଅଛି ଏବଂ ତା ଭିତରେ ଏକ ୩୫ ବର୍ଷର ଯୁବକ  ଅଟୋର ହୁଡ଼ରେ ନିଜ  ପିନ୍ଧା ସାର୍ଟରେ ଝୁଲିଛି। ଏବଂ ତାପାଖରେ  ସିଟି ଉପରେ ବିଡ଼ି ଦିଆସିଲି ଥୁଆହୋଇଛି।ତା ଗୋଡ଼ ଦୁଇଟି ଅଟୋର ତଳେ ଲାଗିଛି ଯାହା ସନ୍ଦେହ ହେବାରୁ ମାଛ ଧରାଳୀ ମାନେ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ମେରାଇନି ଥାନା ଅଧିକାରିଣୀ ନିଳିମା ପଟନାୟକ ତତ୍ କ୍ଷଣାତ ଘଟଣା ସ୍ଥଳରେ ପହଁଛି ଶବ କୁ ଜବତ କରିବା ସହ ପାରିପାର୍ଶ୍ଵ ସ୍ଥିତି ଅନୁଧ୍ୟାନ କରି ଉକ୍ତ ବେକ୍ତିର ଠିକଣା ଖୋଜିବା ଶହ ତଦନ୍ତ ଜାରିରଖିଥିବା ଜଣା ପଡ଼ିଛି। ଏଠାରେ ସୂଚନା ଥାଉକି ଉକ୍ତ  ସି ଏନ ଜି ବଜାଜ୍ ଅଟୋ  ଭୁବନଶ୍ୱରର କେ . ମନୀଷା ନାୟକଙ୍କ ନାମରେ ଥିବା ତାଙ୍କ ଆରସି ବୂକୁ ରୁ ଜଣାଯାଇଛି। ସେହି  ବେକ୍ତି ଆତ୍ମ ହତ୍ୟା କରିଛି କି ତାକୁ କେହି ମାରି ଆତ୍ମହତ୍ୟା ର ରୂପ ଦେବାକୁ ଦିଆଯାଇଛି ତାହା ତଦନ୍ତ ସାପେକ୍ଷ ହୋଇପଡିଛି।
Leave A Reply