Odisha news

କାର୍ତିକ ପୂର୍ଣିମା ଦିନ ଲାଗୁଛି ଚନ୍ଦ୍ର ଗ୍ରହଣ : ଗ୍ରହଣ ସମୟରେ କରନ୍ତୁ ଏହିସବୁ କାର୍ଯ୍ୟ ମିଳିବ ସୁଖସମୃଦ୍ଧି

0

ଚଳିତ ବର୍ଷ କାର୍ତିକ ପୁର୍ଣିମା ଅର୍ଥାତ ନଭେମ୍ବର ୮ ତାରିଖ ଦିନ ଲାଗୁଛି ଚନ୍ଦ୍ରଗ୍ରହଣ l ଏହିଦିନ ପୂର୍ଣିମା ଓ ଦେବଦୀପାବଳୀ ହୋଇଥିବା କାରଣରୁ ବିଶେଷ ପୂଜା ପାଠ କରାଯାଇ ଥାଏ l  ଧର୍ମଶାସ୍ତ୍ର ଅନୁସାରେ ପୂର୍ଣିମା ଦିନ ଗ୍ରହଣ ଲାଗିବା ଶୁଭ ଅଟେ l ଗ୍ରହଣ ର ଶୁଭ ପ୍ରଭାବ ଦ୍ୱାରା ବିଭିନ୍ନ ବ୍ୟାଧିରୁ ମୁକ୍ତି ମିଳିଥାଏ l ଚଳିତ ବର୍ଷର ଚନ୍ଦ୍ର ଗ୍ରହଣ ପ୍ରଭାବ ଅଲଗା ଅଲଗା ରାଶିରେ ଅଲଗା ପ୍ରଭାବ ଦେଖାଉଛି l କାର୍ତିକ ଅମାବାସ୍ୟାର ୧୫ ଦିନ ପରେ ପୁନର୍ବାର ଗ୍ରହଣ ଲାଗୁଥିବା କାରଣରୁ ଶୁଭପ୍ରଦ ବୋଲି କୁହାଯାଉଛି l କାହିଁକି ନା ଏହିଦିନ ଚନ୍ଦ୍ରମା ଙ୍କ ଅଂଶ ର ବୃଦ୍ଧି ହୋଇଥାଏ l

* ନଭେମ୍ବର ୮ ତାରିଖ ମଙ୍ଗଳବାର ଦିନ କାର୍ତିକ ପୁର୍ଣିମା ଅନୁଷ୍ଠିତ ହେବ l ପୁର୍ଣିମା ଦିନ ସକାଳ ସାଢେ ୫ଟା ସମୟରୁ ସୂତକ ସମୟ ଆରମ୍ଭ ହେଉଛି l ଏହି ସମୟରେ ଦେବନୀତି ଓ ପାକତ୍ୟାଗ ନିଷେଧ ଅଟେ l

* ଏହିଦିନ ଅପରାହ୍ନ ୨ଟା ୩୯ ମିନିଟ ୧୪ ସେକେଣ୍ଡ ରେ ଗ୍ରହଣ ସ୍ପର୍ଶ କରିବ , ଅପରାହ୍ନ ୪ ଟା ୨୯ ମିନିଟ ୧୨ ସେକେଣ୍ଡ ରେ ଗ୍ରହଣ ମଧ୍ୟ ଭାଗ, ସନ୍ଧ୍ୟା ୬ଟା ୧୯ ମିନିଟ ୫ ସେକେଣ୍ଡ ରେ ସର୍ବମୋକ୍ଷ l

* ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ, ଅନ୍ନ ଭୋଜନ, ଦେବନୀତି ନିଷେଧ ଅଟେ l ମଙ୍ଗଳବାର ଭୋର ୫ଟା ୩୯ ମିନିଟ ରୁ ଅନ୍ନ ଭୋଜନ ନିଷେଧ ଅଟେ l ଏହି ଦିନ ଭୋର ସମୟରୁ ଡଙ୍ଗା ଭସାଇ ପାରିବେ l

* ଏହିଦିନ ଯଦି ଆପଣ ଘରର ମୁଖ୍ୟ ଦ୍ୱାରା ରେ ହଳଦୀ ଲେପ ରେ କଳସ ସ୍ଥାପନା କରିବେ ତେବେ ଶୁଭ ଅଟେ l

* ଗ୍ରହଣ ଲାଗିବା ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ ଓ ବିଷ୍ନୁ ସହସ୍ର ନାମ ଜପ ଖୁବ ଶୁଭ ଅଟେ l ଏପରି କରିବା ଦ୍ୱାରା ରୋଗ ବ୍ୟାଧି ଦୂର ହୋଇଥାଏ l

* ଚନ୍ଦ୍ର ଗ୍ରହଣ ପରେ ସ୍ନାନ ସାରି ଚନ୍ଦ୍ର ଦର୍ଶନ ଓ ଚନ୍ଦ୍ର ଙ୍କୁ ପୂଜା କରିବା ଆବଶ୍ୟକ l ଏହିଦିନ ଚନ୍ଦ୍ରଙ୍କ ନିକଟରେ ପଞ୍ଚଶସ୍ୟ ଅର୍ପଣ କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ l

Nalco
Leave A Reply