Odisha news

ବଡଚଣା ବ୍ଳକରେ ମାଟ୍ରିକ ପରିକ୍ଷାକେନ୍ଦ୍ର ଚୟନରେ ଅବ୍ୟବସ୍ଥା ନେଇ ଅସନ୍ତୋଷ : କେନ୍ଦ୍ର ପରିବର୍ତ୍ତନ ପାଇଁ ଦାବି

0

ଚଣ୍ଡିଖୋଲ :  ଚଳିତ ବର୍ଷର ୧୦ମ ଶ୍ରେଣୀ ମାଟ୍ରିକ ପରିକ୍ଷା ଏପ୍ରିଲ ମାସ ଆସନ୍ତା ୨୯ ତାରିଖ ଠାରୁ ଆରମ୍ଭ ହେଉଛି! ଏହି ପରିପେକ୍ଷିରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପରିକ୍ଷା କେନ୍ଦ୍ର ନିର୍ଧାରିତ ହୋଇଛି! ସରକାରଙ୍କ ନିଷ୍ପତ୍ତି ଅନୁଯାଇ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା ପାଇଁ ସେମାନେ ପଢୁଥିବା ନିଜ ନିଜ ସ୍କୁଲରେ ପରିକ୍ଷା ଦେବେ କିମ୍ବା ନିଜ ସ୍କୁଲର ପାଖାପାଖି କେନ୍ଦ୍ରରେ ପରିକ୍ଷା ଦେବା ପାଇଁ ଘୋଷଣା ହୋଇଛି! ତେବେ ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ସରକାରଙ୍କ ନିର୍ଧାରିତ ନିୟମକୁ ଅନୁପାଳନ କରାନଯାଇ ପରିକ୍ଷା କେନ୍ଦ୍ର ଚୟନ କରାଯାଇଥିବା ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି! ଏହି ବ୍ଳକରେ ପରିକ୍ଷା କେନ୍ଦ୍ର ଚୟନରେ ଗୁରୁତର ବିଭ୍ରାଟ ହୋଇଥିବାରୁ ତାହା ପରିକ୍ଷାର୍ଥି ମାନଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି! ବଡଚଣା ବ୍ଳକର ବାଲିଚନ୍ଦ୍ରପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର(ସ୍କୁଲ କୋଡ ୪୪୪ ଏ ଡି)ର ଛାତ୍ର ଛାତ୍ରୀଙ୍କ ପରିକ୍ଷା କେନ୍ଦ୍ର ଚୟନରେ ସରକାରଙ୍କ ଘୋଷିତ ନିୟମକୁ ପାଳନ କରାଯାଇ ନଥିବା ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ସିଧାସଳଖ ଅଭିଯୋଗ କରିଛନ୍ତି!

ନିଜ ସ୍କୁଲ କିମ୍ବା ପାଖ ସ୍କୂଲର ପରିକ୍ଷା କେନ୍ଦ୍ରରେ ଏହି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ପରିକ୍ଷା ଦେବାକୁ ସୁଯୋଗ ଦିଆନଯାଇ ସେଠାରୁ ଦୀର୍ଘ ୧୦ କି ମି ଦୂର କୃଷ୍ଣପୁର ଶାଶନ ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠରେ ପରିକ୍ଷା ଦେବାକୁ କେନ୍ଦ୍ର ନିର୍ଧାରଣ କରାଯାଇଛି! ଏହି ଦୁରତ୍ୱ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ନଦୀ ଓ ଜାତୀୟ ରାଜପଥ ପ୍ରତିବନ୍ଧକ ସାଜିଥିଲେ ମଧ୍ୟ ସେଥିପ୍ରତି କତ୍ତୃପକ୍ଷ ଦୃଷ୍ଟି ନଦେଇ ଅତି ବେପରବାୟ ଭାବେ ପରିକ୍ଷା କେନ୍ଦ୍ର ନିର୍ଧାରଣ କରିଥିବା ଅଭିଯୋଗକରି ଏହି ସ୍କୁଲର ପରିକ୍ଷା କେନ୍ଦ୍ର ପରିବର୍ତ୍ତନ କରି ପାଖାପାଖି କେନ୍ଦ୍ରରେ ପରିକ୍ଷା ଦେବାକୁ ଛାତ୍ର ଛାତ୍ରୀଙ୍କୁ ସୁଯୋଗ ଦେବାକୁ ଦାବି କରିଛନ୍ତି! ଅନ୍ୟପକ୍ଷରେ ଗତ ଜାନୁଆରୀ ମାସରେ ଏହି ସ୍କୁଲର ଛାତ୍ରଛାତ୍ରୀ ମାନେ ନିଜ ସ୍କୁଲପାଖ ଚାରିନଙ୍ଗଳ ସ୍କୁଲ ପରିକ୍ଷା କେନ୍ଦ୍ରରେ ପ୍ରଥମ ସେମିଷ୍ଟାର ପରିକ୍ଷା ଦେଇଥିଲା! ହେଲେ ଏବେ ବୋଡ ପରିକ୍ଷା ସମୟରେ କେଉଁ ଉଦ୍ୟେସ୍ୟରେ ପରିକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯାଇ ସେମାନଙ୍କ ସ୍କୁଲଠାରୁ ଦୀର୍ଘ ୧୦ କି ମି ଦୂର କୃଷ୍ଣପୁର ଶାଶନ ଉଚ୍ଚ ବିଦ୍ୟାପୀଠ ପରିକ୍ଷା କେନ୍ଦ୍ର ଚୟନ କରାଗଲା ତାହା ଛାତ୍ର ଛାତ୍ରୀ ଓ ଅଭିଭାବକ ପ୍ରଶ୍ନ କରିଛନ୍ତି! ସରକାରଙ୍କ ଘୋଷିତ ନିୟମ ଓ ଛାତ୍ର ଛାତ୍ରୀଙ୍କ ସୁବିଧା ପାଇଁ କତୃପକ୍ଷ ଯଥାଶୀଘ୍ର ଏହି ନିଷ୍ପତିର ପୁନର୍ବିଚାର କରି ବାଲିଚନ୍ଦ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କୁ ନିଜ ସ୍କୁଲ କିମ୍ବା ସେମାନଙ୍କ ସ୍କୁଲ ପାଖ ପରିକ୍ଷା କେନ୍ଦ୍ରରେ ୧୦ମ ଶ୍ରେଣୀ ବୋଡ ପରିକ୍ଷା ଦେବାକୁ ସୁଯୋଗ ଦେବାପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି

Leave A Reply