ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଜେନାପୁର ଥାନା ତଥା ଧର୍ମଶାଳା ବ୍ଳକର ସର୍ବ ପୂରାତନ ବାଲିସାହି ସ୍ଥିତ ବାଘୁଆ ବ୍ରାହ୍ମଣୀ ଦେବୀ ରାଧାକୃଷ୍ଣ ମିଳନ ଉତ୍ସବର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଓ ବିମାନ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି!ଏହି ଉପଲକ୍ଷେ ୫୦ ବର୍ଷ ପୂର୍ବେ ମିଳନ ଉତ୍ସବ ଆୟୋଜନରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ମିଳନ କମିଟିର ସମସ୍ତ ପ୍ରତିଷ୍ଠାତା ସଭ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା!କମିଟିର ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଅତିଥିଭାବେ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତକୁମାର ବଳବନ୍ତରାୟ,ଉପାଧ୍ୟକ୍ଷ ବିଶ୍ୱବିଜୟୀନି ମିଶ୍ର,ଜିଲାପରିଷଦ ସଭ୍ୟ ତପନକୁମାର ସାହୁ,ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ପଞ୍ଚାୟତ ବିଜେଡି ସଭାପତି ଅକ୍ଷୟ କୁମାର ପ୍ରଧାନ,ସମିତି ସଭ୍ୟା ସୁନୀତା ସାଇ, ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ!ଇତ୍ୟବସରରେ ମିଳନ କମିଟିର ପ୍ରତିଷ୍ଠାତା ସଭ୍ୟ ବଟକୃଷ୍ଣ ପଣ୍ଡା,ଧୃବାନନ୍ଦ ପାଳ,କୃଷ୍ଣଚନ୍ଦ୍ର ସାହୁ,କେଶବ ଚନ୍ଦ୍ର ଜେନା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉତ୍କଳମଣି ଦାସ,ଅର୍ଜୁନଚନ୍ଦ୍ର ପାଳ,ରଘୁନାଥ ବେହେରା,ସୁଦର୍ଶନ ପ୍ରଧାନ,ସୁନାକର ସାମଲ,ଶ୍ୟାମସୁନ୍ଦର ବଳ,ପୁରୁଷୋତ୍ତମ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା!ଶିକ୍ଷାବିତ କୈଳାସ ଚନ୍ଦ୍ର ରାଉତ ସଭା ସଞ୍ଜାଳନ କରିଥିଲା ବେଳେ ଅଧ୍ୟାପକ ପାଣ୍ଡବଚରଣ ବେହେରା, ସଗ୍ରାମ କେଶରୀ ସାହୁ,ସୁଶାନ୍ତକୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ!ଉତ୍ସବ ପରେ ପ୍ରଶିଦ୍ଧ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ସାଥୀ ମାନେ ମେଲୋଡି ପରିବେଷଣ କରିଥିଲେ!ଶେଷରେ ରାଧାକୃଷ୍ଣଙ୍କ ମିଳନ ପର୍ବ ଓ ବିମାନ ଯାତ୍ରା ସମ୍ପୂର୍ଣ୍ଣ ହୋଇଥିଲା ! ୫୦ରୁ ଉର୍ଦ୍ଧ୍ବ ବିମାନ ଏଥିରେ ସାମିଲ ହୋଇଥିଲେ!