Odisha news

ଚଣ୍ଡିଖୋଲରେ ପ୍ରଥମକରି ଇଲେଟ୍ରିକ ବାଇକ ସୋରୁମ ଉଦଘାଟିତ : ପ୍ରଥମ ଦିନରୁ ଗ୍ରାହକଙ୍କ ଭିଡ

0
ଚଣ୍ଡିଖୋଲ,୧୮/୩ : ଯାଜପୁର ଜିଲ୍ଲାର ମୁଖ୍ୟ ବ୍ୟବସାୟୀକ ସ୍ଥଳ ଚଣ୍ଡିଖୋଲ ଠାରେ ମୋଟର ସାଇକେଲ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେରଖି ଗ୍ରିନହୁଇଲ ଡିଷ୍ଟିବୁଟର ପକ୍ଷରୁ ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ପ୍ରଥମକରି ଏକ ଇଲେଟ୍ରିକ ବାଇକ ସୋରୁମ ଉଦଘାଟିତ ହୋଇଛି ! ଏହି ସୋରୁମ ଉଦଘାଟନ ହେବା ପରେପରେ ଏଠାରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ! ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରଫେସର ପବିତ୍ର କୁମାର ମାହାଲା ଆନୁଷ୍ଠାନିକ ଭାବେ ଏହି ନୁତନ ସୋରୁମର ଉଦଘାଟନ କରିଥିଲେ ! ଦେଶର ୧୨୦ ବର୍ଷର ପୁରୁଣା ତଥା ବିଖ୍ୟାତ ଓ ବିଶ୍ୱସନୀୟ ବାଇକ ନିର୍ମିତା ଇମ୍ପେୟାର ଗ୍ରେଭ୍ସ କମ୍ପାନୀର ଇଲେଟ୍ରିକ ବାଇକ ବିକ୍ରୟ ପାଇଁ କମ୍ପାନୀ ପକ୍ଷରୁ ଚଣ୍ଡିଖୋଲର ଗ୍ରିନ ହୁଇଲ ଡିଷ୍ଟିବୁଟରକୁ ଅଧିକୃତ ବିକ୍ରେତାଭାବେ ଏଠାରେ ନିଯୁକ୍ତି ଦିଆଯାଇଛି! ପେଟ୍ରୋଲ ଦର ଦିନକୁଦିନ ହୁ ହୁ ହୋଇ ବଢୁଥିବାରୁ ଏହି ଇଲେଟ୍ରିକ ବାଇକର ଚାହିଦା ବୃଦ୍ଧି ପାଇଛି! ଯାହା ଏହି ସୋରୁମ ଉଦଘାଟନ ପରେ ପରେ ଗ୍ରାହକଙ୍କ ଭିଡରୁ ଦେଖିବାକୁ ମିଳିଥିଲା!ସୋରୁମ ଉଦଘାଟନର ଘଣ୍ଟାଏ ଭିତରେ ୪ଟି ବାଇକ ବିକ୍ରି ହୋଇଯାଇଥିଲା !
ଏମ୍ପାୟାର ଗ୍ରେଭ୍ସ କମ୍ପାନୀ ପକ୍ଷରୁ ବଜାରକୁ ଛଡାଯାଇଥିବା ଏହି ଇଲେଟ୍ରିକ ବାଇକ ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଥିଲାବେଳେ ଏହା ଥରେ ଚାର୍ଜ ହେଲେ ଅତିକମରେ ଶହେ କିମି ଚାଲିପାରିବ ଓ କମ୍ପାନୀ ପକ୍ଷରୁ ବାଇକ ପାଇଁ ଗ୍ରାହକଙ୍କୁ ୫ବର୍ଷର ଗ୍ୟାରେଣ୍ଟି ପ୍ରଦାନ କରାଯାଇ ଥିବାରୁ ଏହା ଗ୍ରାହକ ମାନଙ୍କ ଯେକୌଣସି ଆର୍ଥିକ ଖ୍ୟତିକୁ ଭଳଣା କରିବ ବୋଲି ଉଦଘାଟନ ଉତ୍ସବରେ ସୂଚନା ଦିଆଯାଇଥିଲା! ଏଥିସହ କମ୍ପାନୀ ଓ ଅଧିକୃତ ବିକ୍ରେତା ଗ୍ରିନ ହୁଇଲ ପକ୍ଷରୁ ବାଇକ କିଣିବା ପାଇଁ ଗ୍ରାହକ ମାନଙ୍କୁ ସହଜଭାବେ ଋଣ ଯୋଗାଇ ଦିଆଯିବାକୁ ଏଠାରେ ସମସ୍ତ ସୁବ୍ୟବସ୍ଥା କରାଯାଇଥିବା ସୋରୁମ ମାଲିକ ବିଭୁପ୍ରଶନ୍ନ ମାହାଲା ସୂଚନା ଦେଇଥିଲେ ! ଏହି ଉଦଘାଟନ ଉତ୍ସବରେ ଚଣ୍ଡିଖୋଲ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶେଷଦେବ ନାୟକ,ସମ୍ପାଦକ ହେମନ୍ତକୁମାର ସାମଲ,ସମାଜସେବି ସନ୍ତୋଷ କୁମାର ବିଶ୍ୱାଳ,ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା,ଯୁବନେତା ଚର୍ଚ୍ଚିତକୁମାର ମାହାଲା,ଅକ୍ଷୟକୁମାର ସଇ,ବିନୋଦକୁମା ବିଶ୍ୱାଳ,ମଧୁସ୍ମିତା ମାହାଲାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥିଭାବେ ଯୋଗଦେଇଥିଲେ!
Leave A Reply