Odisha news

ଅସ୍ଥାୟୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ ନିଷ୍ପତ୍ତିକୁ ବିରୋଧ : ପୁନଃ ନିଯୁକ୍ତି ପାଇଁ ଦାବୀ

0

ଚଣ୍ଡିଖୋଲ,୨୭ା୯ : ରାଜ୍ୟରେ କରୋନା ମୁକାବିଲା ପାଇଁ ଜିଲାସ୍ତରରେ ଜିଲା ସ୍ୱାସ୍ଥ୍ୟଅଧିକାରୀ ବହୁ ସଂଖ୍ୟାରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଇଥିଲେ । ତେବେ କରୋନା ମହାମାରୀ ଅଧିକ ସଂଖ୍ୟାରେ ବ୍ୟାପୁଥିବା ବେଳେ ଚଳିତ ମାସ ୨୩ତାରିଖରେ ପତ୍ର ସଂଖ୍ୟା ୭୨୮୭ରେ ଯାଜପୁର ଜିଲା ମୁଖ୍ୟ ଚିକିସôା ଅଧିକାରୀ ଅସ୍ଥାୟୀ ନିଯୁକ୍ତି ପାଇଥିବା ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀ (ଏଏନଏମ) ମାନଙ୍କୁ କାର୍ଯ୍ୟରୁ ଅନ୍ତର ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଘଟଣାକୁ ନେଇ ମହିଳା ସ୍ୱାସ୍ଥ୍ୟକର୍ମୀ ରାଜ୍ୟ ସଂଘ ପକ୍ଷରୁ ପୁନଃବି·ର ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି ।

ଆଜି ବଡଚଣା ଠାରେ ରାଜ୍ୟ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡାଇ ଓ କର୍ମକର୍ତ୍ତା ମାନେ ଯୋଗଦେଇ ସେମାନଙ୍କର ଦାବୀ ଉପସ୍ଥାପନ କରିଛନ୍ତି । ଯେହେତୁ ସେମାନେ ନିଜ ଜୀବନ ଓ ପରିବାରକୁ ବାଜି ଲଗାଇ କରୋନା ମହାମାରୀ ସମୟରେ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି ତାହାକୁ ଦୃଷ୍ଟିରେ ରଖି କରୋନା ପରିସ୍ଥିତି ଶେଷ ହେବା ପର୍ଯ୍ୟନ୍ତ ଚାକିରୀରୁ ଅନ୍ତର କରାନଯାଉବୋଲି ଦାବୀ କରିବା ସହ ସଦ୍ୟ ପ୍ରକାଶିତ ନିର୍ଦେଶନାମାର ପୁନଃବି·ର ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର କର୍ମକର୍ତ୍ତା ସସ୍ମିତା ପଣ୍ଡା,ପ୍ରଭାତି ସାହୁ,ସୁକାନ୍ତି ସିଂହ,ସୁଚିସ୍ମିତା ପ୍ରଧାନ,ଆଶାଲତା ମଲିକ,ରାଜଲକ୍ଷ୍ମୀ ଓତା,ସୌଦାମିନୀ ପତି,ଆଶାଲତା ଘଡେଇ,ତୃପ୍ତିମୟୀ ରାଉତ,ସୋନାଲି ପଟ୍ଟନାୟକ,ବିନି ମଲିକ,ସ୍ୱର୍ଣ୍ଣଲତା ସାହୁ ପ୍ରମୁଖ ଉପସ୍ଥିତଥିଲେ ।

Nalco
Leave A Reply