ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ସିହା ଗ୍ରାମର ସଅର ସାହିରେ ଝାଡ଼ାବାନ୍ତି ରୋଗ ବ୍ୟାପୀବାରେ ଲାଗିଛି! ଏଥିରେ ଅନେକ ଲୋକ ଆକ୍ରାନ୍ତ ହୋଇପଡିବା ସହ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି ! ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଆଜି କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ! ଏହି ସାହିର ଲୋକେ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ନୁହନ୍ତି ଏବଂ ଅତ୍ୟନ୍ତ ଗରିବ ଓ ଶ୍ରମିକ ଶ୍ରେଣୀର ଅଟନ୍ତି ! ପ୍ରଦୁଶିତ ପାନୀଜଳ ବ୍ୟବହାର କରି ଲୋକେ ଏହି ରୋଗରେ ପଡିଥିବା ଅଭିଯୋଗ ହୋଇଛି! ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଝାଡ଼ାବାନ୍ତି ରୋଗରେ ପୀଡ଼ିତମାନଙ୍କ ଚିକିତ୍ସା ପାଇଁ ତୁରନ୍ତ ଏହି ଗ୍ରାମକୁ ଡାକ୍ତରୀ ଦଳ ପଠାଇବା ସହ ପରିବେଶ ଓ ପାନୀୟ ଜଳ ଉତ୍ସ ଗୁଡିକୁ ବିଶୋଧିତ କରିବା ପାଇଁ ସାଧାରଣରଜ ଦାବୀ ହୋଇଛି! ସୋମବାର ସିଡିଏମଓ ଡାକ୍ତର ସୁଭାଶିଷ ମହାରଣାଙ୍କ ନିର୍ଦ୍ଦେଶରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡାକ୍ତର ଶାନ୍ତିସ୍ୱରୂପ ଷଣ୍ଢ ଏବଂ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମନୋରମା ସ୍ୱାଇଁଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି ଓ ଆଶା କର୍ମୀ ଏହି ସାହିକୁ ଯାଇ ସମସ୍ତ ପୀଡ଼ିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ବିତରଣ କରିଥିବା ଜଣାପଡ଼ିଛି! ବ୍ଳିଚିଂ ପକାଇ ପରିବେଶକୁ ବିଶୋଧିତ କାର୍ଯ୍ୟ ଆରମ୍ଭ କରାଯାଇଥିବା ବଡଚଣା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି!