Odisha news

ବନ୍ଦାଳ- ଏଣ୍ଡରପଦା ରାସ୍ତା ନିର୍ମାଣରେ ବିଳମ୍ବକୁ ନେଇ ପୂର୍ତ୍ତ ବିଭାଗ ଅଫିସ ଆଗରେ ଧାରଣାରେ ବସିଲେ ଦଶ ପଞ୍ଚାୟତର ବରିଷ୍ଠ ନାଗରିକ

0

ଚଣ୍ଡିଖୋଲ :  ଯାଜପୁର ଓ ଢେଙ୍କାନାଳ ଜିଲ୍ଲାକୁ ସଞ୍ଜୋଗ କରୁଥିବା ବଡଚଣା ବ୍ଲକ ବନ୍ଦାଳ ଠାରୁ ଯାଜପୁର ଜିଲ୍ଲା ସୀମାନ୍ତ ଏଣ୍ଡରପଦା ପୂର୍ତ୍ତ ବିଭାଗ ରାସ୍ତାର ନିର୍ମାଣ କାମରେ ଅହେତୁକ ବିଳମ୍ବ ଓ ପ୍ରଶାସନିକ ତଥା ରାଜନୈତିକ ଉଦାସୀନତା ପ୍ରତିବାଦରେ ସୋମବାର ଦିନ ସ୍ଥାନୀୟ ଦଶଟି ପଞ୍ଚାୟତର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକେ ବଡଚଣା ସ୍ଥିତ ପୂର୍ତ୍ତ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ! ସାଧାରଣଙ୍କ ଗମନାଗମନ ପାଇଁ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚକରି ଯୋଜନା ଉପରେ ଯୋଜନା ତିଆରି କରୁଥିବା ବେଳେ କେତେକ ସ୍ଥାନରେ କିଛି ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ଏହା ସଫଳ ରୂପାୟନ ହୋଇ ପାରୁନାହିଁ !ଉଦାହରଣ ସ୍ୱରୂପ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଏହି ବନ୍ଦଳୋ -ଏଣ୍ଡରପଦା ରାସ୍ତାଟିକୁ ପୂର୍ତ୍ତବିଭାଗର ଠିକାଦାର ଅହେତୁକ ବିଳମ୍ବ. ଓ ବିଭାଗୀୟ ଅଧକାରୀ ଉଦାସୀନତା ପାଇଁ ଟେଣ୍ଡର ହେବାର ଦୀର୍ଘ ପାଞ୍ଚ ବର୍ଷ ବିତି ଯାଇଥିଲେ ସୁଦ୍ଧା ରାସ୍ତା ନିର୍ମାଣ ଶେଷ ହେଇନାହିଁ! ଏବେ ତିଆରି ହେବା ବଦଳରେ ରାସ୍ତାଟି ଅଧିକ ଭାଙ୍ଗି ଭାଙ୍ଗି ଯାଉଛି!.ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି!

୧୬ ନମ୍ବର ଜାତୀୟ ରାଜପଥ ବନ୍ଦଳୋ ଠାରୁ ଉପୁଳା କପାଷ୍ଟିକିରି ରେଲୱେ ଗେଟ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ଚାରି କୋଟି ଷୋଳ ଲକ୍ଷ ଟଙ୍କା ବ୍ୟୟ ବରଦାରେ ଟେଣ୍ଡର କରାଯାଇ ଗତ ୨୦୧୮ ମସିହା ଡିସେମ୍ବର ମାସ ୭ତାରିଖରେ ବିଧାୟକ ଅମର ଶତପଥୀଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା! ଠିକାଦାର ମାତ୍ର ଛ ମାସ କାମ ଆରମ୍ଭ କରି ପିଚୁ ସବୁ ଖୋଳିଦେଇ କାମ ବନ୍ଦ କରି ଦେଇଥିଲା ଫେରାର ହୋଇଯାଇଛି! ଫଳରେ.ଲୋକମାନେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି!.ଏହି ରାସ୍ତା ଉପରେ ବଡ଼ଚଣାର ଛ ଗୋଟି ଓ ଢେଙ୍କାନାଳ ଜିଲ୍ଲାର ଚାରି ଗୋଟି ପଞ୍ଚାୟତର ପ୍ରାୟ ୫୦ ହଜାର ଲୋକ ଯାତାୟତ କରନ୍ତି! ଲୋକମାନେ ଏହି ସମସ୍ୟା ନେଇ ବହୁବାର ଲିଖିତ ଅଭିଯୋଗ ଦେଲା ପରେ କୌଣସି ସୁଫଳ ନ ମିଳିବାରୁ ସୋମବାର ବନ୍ଦାଳୋ -ଏଣ୍ଡରପଦା କ୍ରିୟାନୁଷ୍ଠାନ କମିଟି ତରଫରୁ ଦଶ ପଞ୍ଚାୟତର ବରିଷ୍ଠ ନାଗରିକ ଓ ଜନସାଧାରଣ ବଡ଼ଚଣା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ.! ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକ ସମସ୍ୟାକୁ ସମର୍ଥନ କରି ଲୋକଙ୍କ ସହ ଧାରଣାରେ ସାମିଲ ହୋଇଥିଲେ ! ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ  ସିଗ୍ଧାରାଣୀ ଦାସ ଧାରଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଜା କରିବା ସହ ଲୋକଙ୍କୁ ଉପରିସ୍ଥ ଅଧିକାରୀଙ୍କ ସହ ଫୋନ ଯୋଗେ କଥା କରାଇ ରାସ୍ତାର ନିର୍ମାଣ କାମକୁ ତ୍ୱରାନ୍ୱିତ କରାଯିବା ପାଇଁ ପ୍ରତିସୃତି ଦେଇଥିଲେ! ଏଥିସହ ଧାରଣାକାରୀଙ୍କ ଦାବିକୁ ଗ୍ରହଣକରି ସପୃକ୍ତ ଠିକାଦାରଙ୍କ ପ୍ରତି ଦୃଢ଼ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ଏକମାସ ମଧ୍ୟରେ ଲୋକମାନଙ୍କ  ଯାତାୟାତ ସୁବିଧା ନିମନ୍ତେ ରାସ୍ତା ତିଆରି କରାଯିବ ବୋଲି,ଏକ ଲିଖିତ ପ୍ରତିଶୃତି ଦେଲା ପରେ  ଧାରଣା ପ୍ରତ୍ୟାହାର କରାଯାଇଥିବା ଜଣାପଡିଛି!

Govt
Leave A Reply