ବିଛାଖଣ୍ଡିରେ ଲିଜଖଣି ବଦଳରେ ବେଆଇନ ଖଣିରୁ କୋଟିକୋଟି ଟଙ୍କାର ପଥର ଚୋରି କରୁଛନ୍ତି ଲିଜଧାରୀ : ପ୍ରୋତ୍ସାହନ ଦେଉଛି କିଏ ??
ଚଣ୍ଡିଖୋଲ,୦୪/୦୬ : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଞ୍ଚଳରେ ଶହଶହ କୋଟି ଟଙ୍କାର କଳାପଥର ଚୋରୀ ଘଟଣା ଏବେ ପ୍ରଶାସନ ଓ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି! ଜିଲ୍ଲା ପ୍ରଶାସନର ସମ୍ୟକ କଠୋର କାର୍ଯ୍ୟାନୁଷ୍ଠାନ ଫଳରେ କେତେକ ସ୍ଥାନରେ ସାମାନ୍ୟ ପଥରଚୋରୀ କମିଥିଲେ ମଧ୍ୟ ଏବେ ଉକ୍ତ ତହସିଲର ବିଛାଖଣ୍ଡି ପାହାଡରେ ସମ୍ପୂର୍ଣ୍ଣ ବେଆଇନଭାବେ ବ୍ୟାପକ ପଥରଚୋରୀ ଚାଲିଛି! ଏଠାରେ କେତେକ ନିର୍ଦ୍ଦିଷ୍ଟ ମାଫିଆ ଓ ନାମକୁ ମାତ୍ର ଖଣି ଲିଜଧାରୀ ନିଶିଦ୍ଧ ଅଞ୍ଚଳ ସମେତ ଜଙ୍ଗଲ ଓ ରାଜସ୍ୱ ବିଭାଗ ପାହାଡରୁ ଦୈନିକ ଶତାଧିକ କୋଟି ଟଙ୍କାର କଳାପଥର ଚୋରି କରି ନିଜନିଜ ମେଗା କ୍ରସରେ ବ୍ୟବହାର କରୁଛନ୍ତି!! ସରକାରଙ୍କ ସବୁ ନିତି ନିୟମକୁ ଏଠାର କ୍ରସର ମାଲିକମାନେ ଦଳି ମକଚିଦେଇ ନକଲି କାଗଜପତ୍ରରେ ଦୈନିକ ପ୍ରାୟ ଦୁଇ ହଜାର ଟ୍ରିପରୁ ଉର୍ଦ୍ଧ୍ବ ଟ୍ରିପ କଳା ପଥର ଓ ତିପ୍ସ ଲୁଟୁଥିବା ଜଣାପଡିଛି! ଏ ବାବଦରେ ସରକାର ଦିନକୁ ଅତିକମରେ ୫୦ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି! ଏଠାରେ ଆଇନ ଅନୁଯାଇ ଗୋଟିଏ ହେଲେବି ପଥରଖଣିରୁ କଳାପଥର ଉତ୍ତୋଳନ ହେଉନଥିବା ଦେଖାଯାଇଛି! ବେଆଇନ ଖଣି ଗୁଡିକରେ ବିରାଟ ଗାତକରି ଏଠାରୁ ଏତେ ମାତ୍ରାରେ ପଥର ଚୋରି ଚାଲିଛି ତାହା ଆଖିରେ ନଦେଖିଲେ କେହି ବିଶ୍ୱାସ କରିବ ନାହିଁ! ପ୍ରତିଯୋଗିତା ମୂଳକ ପଥରଲୁଟ ଚାଲିଥିବାରୁ ଏଠାରେ ଯେ କୌଣସି ମୂହୁର୍ତ୍ତରେ ଲୁଣିବେର ଖଣିରେ ସଦ୍ୟ ଘଟିଥିବା ଦୁର୍ଘଟଣା ପରି ବଡଧରଣର ଅଘଟଣ ଘଟିବାର ଆଶଙ୍କା ପ୍ରକାଶ ପାଇଛି! ତଥାପି ଯାଜପୁର ଜିଲ୍ଲା ଓ ସ୍ଥାନୀୟ ପୋଲିସ ପ୍ରଶାସନ ଏହା ଉପରେ ସାମାନ୍ୟତମ ନଜର ନପକାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି! ଏହି ପାଡର ଖଣିଗୁଡିକରୁ ବେଆଇନ ପଥର ଖନନ ଓ ଲୂଟନେଇ ଇତିମଧ୍ୟରେ ଏନଜିଟି,ଲୋକାୟୁକ୍ତ ଓ ଉଚ୍ଚନ୍ୟାୟାଳୟ ଠାରୁ ଆରମ୍ଭକରି ଭିଜିଲାନ୍ସ ପର୍ଯ୍ୟନ୍ତ ସବୁ ସ୍ଥରରେ ୫୦ରୁ ଉର୍ଦ୍ଧ୍ବ ମାମଲା ବିଚାରାଧୀନ ରହିଛି! ଜେନାପୁର ଥାନାରେ ମଧ୍ୟ ମାଫିଆଙ୍କ ବିରୋଧରେ ଏକାଧିକ ଫୌଜଦାରୀ ମାମଲା ଓ ଗିରଫ ପରୁଆନା ରହିଛି! ଯାହାକୁନେଇ ପ୍ରଶାସନ ହରଡ ଘଣାରେ ପଡି ବଦନାମ ହୋଇ ଚାଲିଛି! ଏପରିକି ଏହି ପାହାଡର ଖଣିଗୁଡିକରେ ହୋଇଥିବା ବେଆଇନ କାରବାରରେ ମାଫିଆଙ୍କ ସହ ସପୃକ୍ତି ନେଇ ଜିଲ୍ଲାର ଜଣେ ପ୍ରାକ୍ତନ ଜିଲ୍ଲାପାଳ, ତିନିଜଣ ତହସିଲଦାର ଓ ଦୁଇଜଣ ଆରଆଇ ସପୃକ୍ତ ବୋଲି ଭିଜିଲାନ୍ସ ଲୋକାୟୁକ୍ତଙ୍କୁ ସଦ୍ୟ ଦେଇଥିବା ତାଙ୍କ ରିପୋର୍ଟରେ ସିଧାସଳଖ ଦର୍ଶାଇଛି! ଏତେସବୁ କେଳେଙ୍କାରୀ ପରେ ବି ଏଠାରେ ପଥର ଚୋରଙ୍କ ଉତ୍ପାତ କମିବା ପରିବର୍ତ୍ତେ ବଢିବଢି ଚାଲିଛି! ତହସିଲରୁ ନାମକୁ ମାତ୍ର ଦୁଇଚାରି ଏକର ସୈରାତ ଲିଜନେଇ ସେଠାରୁ ଫଥର ଉତ୍ତୋଳନ ନକରି ଲିଜକୁ ଢାଲକରି ସପୃକ୍ତ ଲିଜଧାରୀ ମାନେ ବେପରବାୟ ଭାବେ ଶହଶହ ଏକର ସରକାରୀ, ରାଜସ୍ୱ ଓ ଜଙ୍ଗଲ ବିଭାଗ ଜମିରୁ ସମ୍ପୂର୍ଣ୍ଣ ବେଆଇନଭାବେ ଶତାଧିକ କୋଟି ଟଙ୍କାର କଳାପଥର ଚୋରି କରି ଛାଲିଛନ୍ତି! ବିଛାଖଣ୍ଡି ମୌଜାରେ ଏବେ ୩୦ରୁ ଉର୍ଦ୍ଧ୍ବ ମେଗା କ୍ରସର ବେଆଇନ ଭାବେ ଦିନରାତି ଚାଲିଛି! ସେଥିରୁ ଜଣେ ଦୁଇଜଣଙ୍କ ମାଲିକାନାରେ ଅଧା କ୍ରସର ରହିଥିବା ଜଣାପଡିଛି! ଏଠାରେ ଗୋଟିଏ ବି ଲିଜ ଖଣିରୁ ଫଥର ଉତ୍ତୋଳନ ହେଉନଥିଲା ବେଳେ କ୍ରସର ଗୁଡିକ ଚାଲିବା ପାଇଁ କେଉଁଠୁ ପଥର ଆସୁଛି ତାହା ସାଧାରଣରେ ପ୍ରଶ୍ନ ହୋଇଛି! ଏଠାରେ ଚାଲିଥିବା ୩୦ଟି ମେଗା କ୍ରସର ଦୈନିକ ଅତିକମରେ ୧୫ ଶହରୁ ଦୁଇହଜାର ଟ୍ରକ ପର୍ଯ୍ୟନ୍ତ କଳାପଥର (କଞ୍ଚାମାଲ) ବ୍ୟବହାର କରି ସେଥିରୁ ପାଖାପାଖି ୧୭ଶହ ଟ୍ରକ ଗ୍ରାନାଇଟ ଚିପ୍ସ ବାହାର କରୁଛନ୍ତି! ତେବେ ଏହି କଞ୍ଚାମାଲ ଓ ଉତ୍ପାଦିତ ସାମଗ୍ରି କେଉଁଠୁ ଆସୁଛି ଓ କୁଆଡେ ଯାଉଛି ତାହାର ହିସାବ ଜିଲ୍ଲା ଓ ତହସିଲ ପ୍ରଶାସନ ସହ ଜିଏସଟି ଅଧିକାରୀଙ୍କ ନିକଟରେ ଅଛିକି ନାହିଁ ତାହା ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି! ଗତ ୬/୭ ମାସ ହେବ ନିରବିଛିନ୍ନ ଭାବେ ବିଛାଖଣ୍ଡି ପାହାଡ ଓ ସେଠା ଖଣି ଅଞ୍ଚଳରେ ଏତେବଡ ଘୋଟାଲା ଓ ପଥର ଚୋରି ଚାଲିଥିଲେ ମଧ୍ୟ ପ୍ରଶାସନ ଏବଂ ଭିଜିଲାନ୍ସ ବିଭାଗ କାହିଁକି ଚୁପ ବସିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି!