ଚଣ୍ଡିଖୋଲ,୦୧/୧୨ : ଉଦୀୟମାନ ଅନୁଷ୍ଠାନ ପକ୍ଷରୁ ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ଏଡ୍ସସ ସଚେତନତା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି! ଗୁରୁବାର ଦିନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ନିକଟରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା ! ଏହାକୁ ଆନୁଷ୍ଠାନିକ ଭାବେ ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକ ଶୁଭାରମ୍ଭ କରିଥିଲେ! ମୁଖ୍ୟ ଅତିଥି ଭାବେ ସମାଜସେବୀ ଅଜାମ୍ବର ସାହୁ ଯୋଗ ଦେଇଥିଲା ବେଳେ ରୋଟାରୀୟାନ ଚନ୍ଦନ କୁମାର ନାୟକ , ଦିଲ୍ଲୀପ ନାୟକ, ଅଧ୍ୟାପକ ତୁହିଂନାଶୁ ରଥ , ଶଲିଳରାଜନନ୍ଦନ ମହାନ୍ତି, ଦିଲ୍ଲୀପ କୁମାର ନାୟକ , ଡ଼ ସୁଧିର କୁମାର ସାମଲ ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ , ବ୍ରଜକିଶୋର ବିଶ୍ୱାଳ ,ପଣ୍ଡିତ ହିମାଂଶୁ ଶେଖର ପଣ୍ଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଶୋଭାଯାାତ୍ରାରେ ସାମିଲ ହୋଇଥିଲେ!ଚଣ୍ଡିଖୋଲ ଏପରି ଏକ ସ୍ଥାାନ ଯେଉଁଠିି ବିଭିିନ୍ନ ରାଜ୍ୟର ଓ ବିଭିନ୍ନ ବର୍ଗଗ ଲୋକ ଏକାଠି ହୋଇଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ଅଧିକାଂଶ ଟ୍ରକ ଓ ଟ୍ରାନ୍ସପୋର୍ଟ ବ୍ୟବସାୟ ସହ ସପୃକ୍ତ ଥାଆନ୍ତି! ତେଣୁ ଏଠାରେ ଏଡ୍ସସ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କୁ ସତେତନ କରାଯାଇ ପାରିବବୋଲି ଅତିଥିମାନେ ମତପ୍ରକାଶ କରିଥିଲେ ! ଏହି ଶୋଭାଯାତ୍ରାରେ ବାବା ଭୈରବାନନ୍ଦ ସ୍ବୟଶାସିତ ମହାବିଦ୍ୟାଳୟର ଜାତୀୟ ସମରଶିକ୍ଷାର୍ଥୀ ବାହିନୀ , ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ! ଅନୁଷ୍ଠାନର ସଭାପତି ଅବିନାଶ ଜେନା ଓ ସମ୍ପାଦକ ଅନିଲକୁମାର ଦାସଙ୍କ ସହ ଅନୁଷ୍ଠାନର ବହୁ ସଦସ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ!
