Odisha news

ଦର୍ପଣ ତହସିଲ ପକ୍ଷରୁ ଦୁଇ ପର୍ଯ୍ୟାୟରେ ୮୨ ସ୍କୁଲକୁ ଜମିପଟ୍ଟା ପ୍ରଦାନ

0

ଚଣ୍ଡିଖୋଲ,୧୧/୦୬ :ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅଞ୍ଚଳରେ ରହିଥିବା ପ୍ରାଥମିକ ଠାରୁ କଲେଜ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଦର୍ପଣ ତହସିଲ ପକ୍ଷରୁ ଜମି ପଟ୍ଟା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି!ତହସିଲ ପକ୍ଷରୁ ଇତିମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୮୨ଟି ଶିକ୍ଷାନୁଷ୍ଠାନକୁ ଜମିପଟ୍ଟା ପ୍ରଦାନ କରାଯାଇ ସାରିଲାଣି! ପର୍ଯ୍ୟାୟକ୍ରମେ ସମସ୍ତ ସ୍କୁଲ ଗୁଡିକୁ ଜମିପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲ ପକ୍ଷରୁ ସୂଚନା ଦିଆଯାଇଛି!  ସରକାରୀ ଜମି ଉପରେ ଯେଉଁଠାରେ ଯେଉଁସବୁ ଶିକ୍ଷାନୁଷ୍ଠାନ ଗଢିଉଠିଛି ବିଦ୍ଧିବଦ୍ଧ ଭାବେ ସେହି ଜମିକୁ ସପୃକ୍ତ ଶିକ୍ଷାନୁଷ୍ଠାନ ନାମରେ ରେକର୍ଡ ଭୁକ୍ତ କରାଯାଇ ପଟ୍ଟା ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିବାପରେ ଦର୍ପଣ ତହସିଲ ପକ୍ଷରୂ ସେହି କାର୍ଯ୍ୟ ଏବେ ତ୍ୱରାନ୍ୱିତ ହୋଇଛି!ସରକାରଙ୍କ ଘୋଷଣା ଅନୁଯାଇ କଲେଜ ଗୁଡିକୁ ୧୦ଏକର,ହାଇସ୍କୁଲ ଗୁଡିକୁ ୫ଏକର ଓ ପ୍ରାଇମେରୀ ସ୍କୁଲ ଗୁଡିକୁ ୨ଏକରକରି ସରକାରୀ ଜମି ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି ! ଏହି ଆଧାରରେ ସମ୍ପୂର୍ଣ୍ଣ ମାଗଣାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଜମିପଟ୍ଟା ପ୍ରଦାନ କରାଯାଉଛି! ଦର୍ପଣ ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଗତ ଏପ୍ରିଲ ୩୦ ତାରିଖ ଦିନ ୫୭ଟି ସ୍କୁଲକୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ଜୁନ ୧୦ ତାରିଖ ଦିନ ଆଉ ୨୫ଟି ସ୍କୁଲକୁ ପଟ୍ଟା ପ୍ରଦାନ କରାଯାଇଛି! ଏହି ଉପଲକ୍ଷେ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ତହସିଲଦାର ପ୍ରଦୀପକୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସପୃକ୍ତ ସ୍କୁଲ ଗୁଡିକର ପ୍ରଧାନ ଶିକ୍ଷକ ମାନଙ୍କୁ ପଟ୍ଟା ବଣ୍ଟନ କରବା ସହ ଖୁବଶୀଘ୍ର ଦର୍ପଣ ତହସିଲ ଅନ୍ତର୍ଗତ ବାକି ସମସ୍ତ ସ୍କୁଲ ଗୁଡିକୁ ଜମିପଟ୍ଟା ପ୍ରଦାନ କରାଯିବ ବୋଲି କହିଥିଲେ! ଇତ୍ୟବସରରେ ଶ୍ରୀ ସେଠୀ ଏହି କାର୍ଯ୍ୟ ସମ୍ପାଦନରେ ବିଶେଷ ସହଯୋଗ ଦେଇଥିବା ଅତିରିକ୍ତ ତହସିଲଦାର ଅଭିଲିପ୍ସା ଦାସ,ନିରଞ୍ଜନ ଗୁରୁ, ବ୍ଳକ ଶିକ୍ଷାଅଧିକାରୀଙ୍କ ସହ ତହସିଲର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ! ସରକାରୀ ଜମିରେ ଦୀର୍ଘ ବର୍ଷ ବର୍ଷ ଧରି ଚାଲିଆସିଥିବା ଶିକ୍ଷାନୁଷ୍ଠାନ ଗୁଡିକର ଜମିଜମା ବନ୍ଦୋବସ୍ତ ନହୋଇ ପଡିରହିଥିଲା ବେଳେ ଏବେ ସମସ୍ତ ଶିକ୍ଷାନୁଷ୍ଠାନ ବିନା କୌଣସି ଦେୟରେ ଜମିପଟ୍ଟା ପାଇଥିବାରୁ ବେସ ଆନନ୍ଦିତ ହୋଇଛନ୍ତି!

Nalco
Leave A Reply