ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଘ ପକ୍ଷରୁ କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ଆରୁହା ଗ୍ରାମର ବିକ୍ରମ ନାୟକ ଓ ପ୍ରାକ୍ତନ ଛାତ୍ର ତଥା ଧର୍ମଶାଳା ବ୍ଳକ ଶ୍ୟାମସୁନ୍ଦର ତୈଳବୀଜ ସମବାୟ ସମିତିର ପ୍ରାକ୍ତନ ସଭାପତି ସୁରେନ୍ଦ୍ର ନାଥ ବରାଳଙ୍କ ଅକାଳ ବିୟୋଗରେ କଲେଜ ନବ ମାଳତୀ ପ୍ରେକ୍ଷାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଶନିବାର ଦିନ ଅନୁଷ୍ଠିତ ହୋଇଥିଲା! ସଂଘ ସଭାପତି ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘ ସାଧାରଣ ସମ୍ପାଦକ ଆଇନଜୀବୀ ଦେବରାଜ ବେହେରା ଦୁଇ ଦିବଙ୍ଗତ ଛାତ୍ର ନେତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ! ଏଥିରେ ଉପଦେଷ୍ଟା ନିହାର ରଞ୍ଜନ ଦାସ ପଟ୍ଟନାୟକ,ଅଧ୍ୟାପକ ସଲିଳ ରାଜନନ୍ଦନ ମହାନ୍ତି, ପୂର୍ବତନ ଛାତ୍ର ତପନ କୁମାର ଜେନା, ପ୍ରଦୀପ କୁମାର ଧଳ, ହୋଲିଯେସସ୍ ସ୍କୁଲର ଅଧ୍ୟକ୍ଷା କାମିନୀ ନାୟକ, ମନୋରଞ୍ଜନ ସାହୁ, ନିଶିକାନ୍ତ ଦାଶ,ମାନସ ରଞ୍ଜନ ବିଶ୍ଵାଳ,ବୀରେନ ବିଶ୍ଵାଳ, ପବିତ୍ର ରାଉତ, ପ୍ରିୟଗୋବିନ୍ଦ ଦାସ ଓ ଆନନ୍ଦ ଦିବ୍ୟଜ୍ୟୋତି ଧଳ ପ୍ରମୂଖ ଯୋଗଦେଇ ଉଭୟଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ! ଏଠାରେ ସୂଚନାଯୋଗ୍ୟ, ଉପରୋକ୍ତ ଦୁଇ ଛାତ୍ର ନେତାଙ୍କର ହୃଦଘାତରେ ଅକାଳ ବିୟୋଗ ଘଟିଥିଲା!