Odisha news

ଚାଣକ୍ୟ ନୀତି : ଜୀବନରେ କଦାପି ଏଭଳି ଲୋକଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ

0
ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିଶାସ୍ତ୍ର ଜୀବନରେ ଠିକ ମାର୍ଗକୁ ଦର୍ଶାଇଥାଏ l ଏବଂ ସମସ୍ତ ଅସୁବିଧା ସତ୍ୱେ ଧର୍ଯ୍ୟ ଦେଇଥାଏ l ଆଜିର ଚାଣକ୍ୟ ନୀତିରେ ଦର୍ଶା ଯାଇଛି ଯେ କିଭଳି ଲୋକଙ୍କୁ ଜୀବନରେ ଆଦୌ ବିଶ୍ୱାସ କରିବା ଉଚିତ ନୁହେଁ l

– ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ଆପଣଙ୍କୁ ସାମ୍ନାରେ ମିଠା କଥା କହି ମୁଖ ପ୍ରଶଂସା କରୁଛି ସେଭଳି ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ l ଏଭଳି ବ୍ୟକ୍ତିଙ୍କ ନିକଟରୁ ଧୋକା ମିଳିବାର ଅନେକ ଚାନ୍ସ ରହିଥାଏ l ଏଭଳି ଲୋକଙ୍କୁ ସହଜ ରେ ଵିଶ୍ଵାସ କରନ୍ତୁ ନାହିଁ l

– ଯେଉଁ ବ୍ୟକ୍ତି ଆପଣଙ୍କ ଭିତିରି କଥା ଜାଣିବାକୁ ଇଛା ରଖିଥାଏ ଓ ଆପଣଙ୍କ ସମୁଖରେ ଅନ୍ୟ ବିରୁଦ୍ଧରେ ଆଲୋଚନା କରିଥାଏ, ଏଭଳି ବ୍ୟକ୍ତିକୁ କଦାପି ବିଶ୍ୱାସ କରନ୍ତୁ ନାହିଁ l ଏଭଳି ବ୍ୟକ୍ତି ଆପଣଙ୍କ ପାଇଁ ବିଷ ସଦୃଶ ଅଟନ୍ତି l

– ଯେଉଁ ବ୍ୟକ୍ତି ଆପଣଙ୍କ ନିକଟରୁ ସ୍ୱାର୍ଥ ହାସଲ ପାଇଁ ଆସୁଛି ଓ ସ୍ୱାର୍ଥ ପାଇଁ ସମ୍ପର୍କ ରଖୁଛି ସେହିଭଳି ବ୍ୟକ୍ତି ଠାରୁ ଦୂରତା ରଖନ୍ତୁ l ଏହି ପ୍ରକୃତୀର ବ୍ୟକ୍ତି କଦାପି ଆପଣଙ୍କ ଦୁଃଖର ସାଥି ହୋଇ ନପାରେ l

– ଯେଉଁ ବ୍ୟକ୍ତି ଆବଶ୍ୟକତାକୁ ଦେଖି ଆପଣଙ୍କ ସହିତ ସମ୍ବନ୍ଧ ରଖୁଛି ସେହିଭଳି ବ୍ୟକ୍ତିକୁ ଯଥା ଶୀଘ୍ର ଆପଣଙ୍କ ନିକଟରୁ ଦୂରେଇ ଦିଅନ୍ତୁ l ଏହିଭଳି ବ୍ୟକ୍ତିଙ୍କ ସ୍ଵଭାଵ ରେ କଦାପି ପରିବର୍ତ୍ତନ ଆସି ନଥାଏ l ଏବଂ ନିଜ କାର୍ଯ୍ୟ ହାସଲ କରିବା ରହିଥାଏ ସେମାନଙ୍କ ଜୀବନ ର ଉଦେଶ୍ୟ l

Leave A Reply