ଚାଣକ୍ୟ ଙ୍କ ନୀତିଶାସ୍ତ୍ର ମଣିଷ ଜୀବନ ର ପ୍ରତ୍ୟେକ ସ୍ଥିତିରେ କାମରେ ଆସିଥାଏ l ଆଜିର ଚାଣକ୍ୟ ନୀତିରେ ଗୋଟିଏ ଶିକ୍ଷାବିତ୍ କିଭଳି ଗୋଟିଏ ଭଲ ମଣିଷ ଜୀବନ ରେ ହୋଇପାରିବ ତାହା କୁ ସୂଚିତ କରାଯାଇଛି l
– ଚାଣକ୍ୟ ଙ୍କ ନୀତିଶାସ୍ତ୍ରରେ ବିଦ୍ୟା କୁ ସବୁଠୁ ଗୁରୁତ୍ୱପୂର୍ନ ଧନ ଭାବରେ ଦର୍ଶା ଯାଇଛି l ବିଦ୍ୟା ହେଉଛି ଜୀବନ ର ସବୁଠୁ ମୂଲ୍ୟବାନ ଧନ, ଜ୍ଞାନ ବିନା ଜୀବନ ଅନ୍ଧକାର ମୟ l ଶିକ୍ଷା ଜୀବନ ସାରା ଶିଖିବାର ଗୋଟିଏ ପ୍ରକ୍ରିୟା ଅଟେ l ଶିକ୍ଷା ଜୀବନ ରେ ସମ୍ମାନ ପ୍ରାପ୍ତ କରାଇବାର ସଠିକ ବାଟ ଅଟେ l
– କଠିନ ପରିଶ୍ରମ ବିନା କଦାପି ଜୀବନ ରେ ସଫଳତା ମିଳିନଥାଏ l ତେଣୁ ପ୍ରତ୍ୟେକ ବିଦ୍ୟାର୍ଥୀ ଜୀବନ ରେ ପରିଶ୍ରମୀ ହେବା ସବୁଠୁ ଜରୁରୀ l ତେଣୁ ଜୀବନ ରେ ସଫଳତାର ସ୍ୱାଦ ଚାଖିବା ପାଇଁ ବିଦ୍ୟାର୍ଥୀ ପରିଶ୍ରମୀ ହେବା ଆବଶ୍ୟକ l
– ଚାଣକ୍ୟ ଙ୍କ ମତରେ ବିଦ୍ୟାର୍ଥୀ ବିନୟ ସ୍ଵଭାଵ ର ହେବା ଜରୁରୀ l ସେ କହିଛନ୍ତି ଜ୍ଞାନ ଓ ସମ୍ମାନ ସେତେବେଳେ ପ୍ରାପ୍ତ ହୋଇଥାଏ ଯେତେବେଳେ ବିଦ୍ୟାର୍ଥୀ ବିନମ୍ର ହୋଇଥାଏ l ଅହଂକାରୀ ବିଦ୍ୟାର୍ଥୀ କଦାପି ଶିକ୍ଷା କୁ ସଦୁପଯୋଗ କରିପାରେ ନାହିଁ l ବିଦ୍ୟାର୍ଥୀ ବିନମ୍ର ହେବା ସବୁଠୁ ଜରୁରୀ l
– ଚାଣକ୍ୟ ଙ୍କ ନୀତିରେ ବିଦ୍ୟାର୍ଥୀ ସବୁବେଳେ ସମୟ ର ସଦୁପଯୋଗ କରିବା ଆବଶ୍ୟକ l ସମୟ ର ସଦୁପଯୋଗ ସଫଳତା ର ମାର୍ଗ ଅଟେ l ତେଣୁ ପିତାମାତା ନିଜ ସନ୍ତାନ ଙ୍କୁ ସମୟ ର ମୂଲ୍ୟ ବୁଝାଇବା ସବୁଠୁ ଅଧିକ ଆବଶ୍ୟକ l
– ଯେଉଁ ମିତ୍ର ତୁମ ପ୍ରତି ମନରେ ଅହଂକାର ରଖିଛି ସେଭଳି ବ୍ୟକ୍ତି କଦାପି ତୁମ ମିତ୍ର ହୋଇ ପାରିବ ନାହିଁ l ଯେଉଁ ମିତ୍ର ତୁମ ସଫଳତା ପାଇଁ ତୁମକୁ ପ୍ରେରଣା ଦେବ ସେହିଁ ତୁମର ପ୍ରକୃତ ମିତ୍ର ହେବ l ଏବଂ ଗୋଟିଏ ବିଦ୍ୟାର୍ଥୀ କ୍ରୋଧ କୁ ମଧ୍ୟ ତ୍ୟାଗ କରିବା ଆବଶ୍ୟକ l