ହାର୍ଟ ହେଉଛି ଶରୀରର ସବୁଠୁ ମହତ୍ୱପୂର୍ଣ୍ଣ ଅଙ୍ଗ, ଯାହାକୁ ସୁସ୍ଥ ରଖିବା ଖୁବ ଜରୁରୀ l କିଛି ଏଭଳି ଶସ୍ୟ ଥାଏ ଯେଉଁଥିରେ ଭରି ରହିଥାଏ ଅନେକ ଗୁଡିଏ ପୋଷାକ ତତ୍ୱ l ଯାହାକି ହୃଦୟ ସହିତ ଶରୀରର ବିଭିନ୍ନ ଅଙ୍ଗ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ l
– ବାଜରା ମଗ୍ନେଶୀୟମ ଓ ଫାଇବର ର ଗୋଟିଏ ଭଲ ସ୍ରୋତ ଅଟେ l ଏହା ହାର୍ଟ ଓ କୋଲେଷ୍ଟ୍ରାଲ ଭଳି ସମସ୍ୟା ରୁ ମୁକ୍ତି ମିଳିଥାଏ l
– ଜ ମଧ୍ୟ ଫାଇବର, ଆଇରନ ଓ ମଗ୍ନେଶୀୟମ ଭଳି ତତ୍ୱ ରେ ଭରପୁର ହୋଇଥାଏ l ଏହା ହୃଦୟ ରୋଗ ର ବିପଦ କୁ କମ କରିବାରେ ସାହାଯ୍ୟ କରିଥାଏ l ଜ ରେ ଥିବା ପୋଷାକ ତତ୍ୱ କୋଲେଷ୍ଟ୍ରଲ ସ୍ତର କୁ ହ୍ରାସ କରିଥାଏ , ଏବଂ ରକ୍ତଚାପ କୁ ହ୍ରାସ କରିଥାଏ ଓ ହୃଦୟ ରୋଗ ର ବିପଦ କୁ ମଧ୍ୟ ଦୂର କରିଥାଏ l
– ବ୍ରାଉନ ରାଇସ ଫାଇବର, ମଗ୍ନେଶୀୟମ ଓ ଭିଟାମିନ ବି 6 ଭଳି ତତ୍ୱ ପ୍ରଚୁର ପରିମାଣ ରେ ରହିଥାଏ l ଧଳା ଚାଉଳ ଅପେକ୍ଷା ବ୍ରାଉନ ରାଇସ ରେ ଅଧିକ ପୋଷାକ ତତ୍ୱ ରହିଥାଏ , ଯାହା ହାର୍ଟ ପାଇଁ ଖୁବ ଉପଯୋଗୀ l
– ମାଣ୍ଡିଆ ଗୋଟିଏ ଏଭଳି ଶସ୍ୟ ଯାହାକି ପ୍ରତ୍ୟେକ ଭାରତୀୟ ଙ୍କର ଗୋଟିଏ ପ୍ରିୟ ଖାଦ୍ୟ ଅଟେ l ଏହାଛଡା ମାଣ୍ଡିଆ ଅନେକ ଗୁଡିଏ ପୋଷାକ ତତ୍ୱର ମିଶ୍ରଣ ଅଟେ, ଯାହାକି ବିଭିନ୍ନ ରୋଗ ଠାରୁ ଦୁରେଇ ରଖିବାରେ ମଧ୍ୟ ସାହାଯ୍ୟ କରେ l
– କୋଳଥ ବିଶେଷ ଭାବରେ ହାର୍ଟ , କିଡ୍ନୀ, କୋଲେଷ୍ଟ୍ରଲ ହ୍ରାସ ଏବଂ ପୋଷାକ ତତ୍ୱର ଗନ୍ତାଘର ଅଟେ l ICMR ର ସୂଚନା ଅନୁସାରେ ନିୟମିତ କୋଳଥ ପାଣି ସେବନ କରିବା ସ୍ୱାସ୍ଥ୍ୟ କୁ ଚମତ୍କାର ଲାଭ ଦେଇଥାଏ l